ଓଡିଶା

odisha

ETV Bharat / sitara

ସୁଶାନ୍ତଙ୍କ ଉପରେ ଆଧାରିତ ଫିଲ୍ମ ନ୍ୟାୟ ଦ ଜଷ୍ଟିସ, ଟିଜର ଆଉଟ

ଏବେ ଦିବଙ୍ଗତ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁର ସମାଧାନ ହୋଇନଥିବା କାହାଣୀ ଉପରେ ଆଧାରିତ ଫିଲ୍ମ ନ୍ୟାୟ ଦ ଜଷ୍ଟିସର ଟିଜର ମୁକ୍ତିଲାଭ କରିଛି । ଅଧିକ ପଢନ୍ତୁ...

By

Published : Apr 13, 2021, 5:58 PM IST

film-on-sushant-singh-rajput-death-nyay-teaser-released
ସୁଶାନ୍ତଙ୍କ ଉପରେ ଆଧାରିତ ଫିଲ୍ମ ନ୍ୟାୟ ଦ ଜଷ୍ଟିସ, ଟିଜର ଆଉଟ

ନୂଆଦିଲ୍ଲୀ : ଦିବଙ୍ଗତ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁର ସମାଧାନ ହୋଇନଥିବା କାହାଣୀ ଉପରେ ଆଧାରିତ ଫିଲ୍ମ ନ୍ୟାୟ ଦ ଜଷ୍ଟିସର ଟିଜର ଏବେ ମୁକ୍ତିଲାଭ କରିଛି ।

ଏହି ଚଳଚ୍ଚିତ୍ରରେ ଜୁବେର ଦିବଙ୍ଗତ ଅଭିନେତା ସୁଶାନ୍ତଙ୍କ ଭୂମିକାରେ ଅଭିନୟ କରିବେ । ଏଥି ସହିତ ଶ୍ରେୟା ରିଆ ଚକ୍ରବର୍ତ୍ତୀ ତଥା ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ତ ଭୂମିକାରେ ନଜର ଆସିବେ । ଏହି ଚଳଚ୍ଚିତ୍ରରେ ସୁଶାନ୍ତଙ୍କ ପିତା ଭୂମିକାରେ ଅସରାନୀ ନଜର ଆସିଛନ୍ତି ।

ଏହି ଫିଲ୍ମ ସୁଶାନ୍ତ ସିଂ ରାଜପୁତଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ 11 ଜୁନ୍ ରେ ମୁକ୍ତିଲାଭ କରିବ ।

ବିକାଶ ପ୍ରଡକ୍ସନ୍ ର ନିର୍ମିତ ଫିଲ୍ମ ନ୍ୟାୟ ଦ ଜଷ୍ଟିସ ଆଜି ଫିଲ୍ମର ପୋଷ୍ଟର ଏବଂ ଟିଜର ଆଉଟ କରିଛି । ଫିଲ୍ମର କାହାଣୀ ସୁଶାନ୍ତଙ୍କ ମୃତ୍ୟୁ କିପରି ହେଲା ସେହି ସମାନ ପ୍ରଶ୍ନକୁ ନେଇ ଆଧାରିତ । ଯାହାର ଉତ୍ତରକୁ ସାରା ଦେଶ ଅପେକ୍ଷା କରିଛି। 58 ସେକେଣ୍ଡର ଏହି ଫିଲ୍ମର ଟିଜର ବହୁ ଧମାକାଦାର ଲାଗୁଛି ।

ଟିଜରର ଆରମ୍ଭ ଫେମସ ଅଭିନେତା ମହିନ୍ଦର ସିଂ ତାଙ୍କ ଘରେ ଆତ୍ମହତ୍ୟା କରିଥିବା ବ୍ରେକିଙ୍ଗ ଖବରରୁ ଆରମ୍ଭ ହୋଇଛି ।

ଫିଲ୍ମର ନିର୍ଦ୍ଦେଶକ ଦିଲୀପ ଗୁଲାଟି କହିଛନ୍ତି, ସୁଶାନ୍ତଙ୍କ ମୃତ୍ୟୁ ଖବର ମୋତେ ବହୁତ ଆଶ୍ଚର୍ଯ୍ୟ କରିଦେଇଥିଲା। ଯଦିଓ ମୁଁ ତାଙ୍କୁ ବ୍ୟକ୍ତିଗତ ଭାବେ ଜାଣେ ନାହିଁ, ଆମେ ସମସ୍ତେ ତାଙ୍କ ପାଇଁ ଅନୁଭବ କଲୁ ଯେପରି କେହି ନିଜର ଲୋକ ଆମକୁ ଛାଡି ଚାଲିଗଲେ । ଏହି ଚଳଚ୍ଚିତ୍ର ମାଧ୍ୟମରେ ଆମେ ଦର୍ଶକମାନଙ୍କ ମଧ୍ୟରେ ଏକ ବାର୍ତ୍ତା ପଠାଇବାକୁ ଚାହୁଁଛୁ ଯେ ତୁମର ଜୀବନ ନେବା ଠିକ୍ ଜିନିଷ ନୁହେଁ, ସର୍ବଦା ଅନ୍ୟ ଏକ ବିକଳ୍ପ ଅଛି । ଏହି ଚଳଚ୍ଚିତ୍ରଟି ତାଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ।

ପ୍ରକାଶ ଥାଉ ଯେ, ଏହି ଚଳଚ୍ଚିତ୍ରରେ ଅମନ ବର୍ମା ଇଡିର ମୁଖ୍ୟ ଭାବରେ ଅଭିନୟ କରିଛନ୍ତି।

ABOUT THE AUTHOR

...view details