ଓଡିଶା

odisha

By

Published : Jan 24, 2020, 7:03 PM IST

ETV Bharat / sitara

ପରଲୋକରେ ପ୍ରଯୋଜକ ବିନୟ

‘ଅନ୍ଦାଜ ଅପନା ଅପନା’ ଭଳି କମେଡି ଫିଲ୍ମ ପ୍ରଯୋଜନା କରି ପପୁଲାର ହୋଇଥିବା ବିନୟ କୁମାର ସିହ୍ନାଙ୍କ 74 ବର୍ଷରେ ଦେହାନ୍ତ ହୋଇଛି । ଦୀର୍ଘ ସମୟରୁ ସେ ହୃଦରୋଗରେ ପୀଡିତ ଥିଲେ ।

vinay kumar
ଜିଜାଇନ ଫଟୋ

ମୁମ୍ବାଇ: ଆଖି ବୁଜିଲେ ବି-ଟାଉନର ଫେମସ ନିର୍ମାତା ବିନୟ କୁମାର ସିହ୍ନା । 1994ରେ ରିଲିଜ ହୋଇଥିବା ଆମୀର ଖାନ, ସଲମାନ ଖାନ, ରବୀନା ଟଣ୍ଡନ, କରିସ୍ମା କପୁର ଓ ପରେଶ ରାୱଲ ଅଭିନୀତ କମେଡି ଡ୍ରାମା ଫିଲ୍ମ ‘ଅନ୍ଦାଜ ଅପନା ଅପନା’ ପ୍ରଯୋଜକ ଥିଲେ ବିନୟ । ଶନିବାର ମୁମ୍ବାଇର ବାନ୍ଦ୍ରା ସ୍ଥିତ ହୋଲି ଫ୍ୟାମିଲି ମେଡିକାଲରେ ତାଙ୍କର 74 ବର୍ଷରେ ଦେହାନ୍ତ ହୋଇଛି । ସେ ଦୀର୍ଘ ସମୟରୁ ହୃଦରୋଗରେ ଆକ୍ରାନ୍ତ ଥିଲେ ।

ବିନୟଙ୍କ ଝିଅ ପ୍ରୀତି ସିହ୍ନା ଫୋନରେ ନିଜ ପିତାଙ୍କ ମୃତ୍ୟୁର ସୂଚନା ଦେଇ କହିଥିଲେ ଦୀର୍ଘ ସମୟରୁ ଅସୁସ୍ଥ ଥିବାରୁ ତାଙ୍କୁ ଦୁଇ, ତିନି ସପ୍ତାହ ପୂର୍ବେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଶନିବାର 2.15 ଘଟିକା ସମୟରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ସନ୍ଧ୍ୟା 6.30ରେ ତାଙ୍କ ଅନ୍ତିମ ସଂସ୍କାର ୱିଲେ ପାର୍ଲେ ଶଶ୍ମାନରେ କରାଯାଇଛି ।

ପ୍ରକାଶ ଥାଉକି ବିନୟଙ୍କ ଦ୍ବାରା ପ୍ରଯୋଜିତ କରାଯାଇଥିବା ଓ ରାଜକୁମାର ସନ୍ତୋଷିଙ୍କ ଦ୍ବାରା ନିର୍ଦ୍ଦେଶିତ ଫିଲ୍ମ ‘ଅନ୍ଦାଜ ଅପନା ଅପନା’ ରିଲିଜ ସମୟରେ ବକ୍ସ ଅଫିସରେ ଖାସ୍ କାମ କରିପାରିନଥିଲା । କମେଡି ଫିଲ୍ମ ହେବା ସତ୍ତ୍ବେ ଫିଲ୍ମ ଫ୍ଲପ ସାବ୍ୟସ୍ତ ହୋଇଥିଲା ।

ABOUT THE AUTHOR

...view details