ଓଡିଶା

odisha

ETV Bharat / sitara

କୋରୋନାରେ ଆଖିବୁଜିଲେ ଚଳଚ୍ଚିତ୍ର ସମ୍ପାଦକ ଅଜୟ ଶର୍ମା

ଏବେ ସିନେମା ଜଗତରୁ ଆଉ ଏକ ନୈରାଶ୍ୟଜନକ ଖବର ସାମ୍ନାକୁ ଆସିଛି । ଫେମସ ଚଳଚ୍ଚିତ୍ର ସମ୍ପାଦକ ଅଜୟ ଶର୍ମାଙ୍କ କୋରୋନାରେ ମୃତ୍ୟୁ ହୋଇଯାଇଛି । ଅଧିକ ପଢନ୍ତୁ...

By

Published : May 5, 2021, 4:10 PM IST

film-editor-ajay-sharma-dies-due-to-covid-19-in-delhi
କୋରୋନାରେ ଆଖିବୁଜିଲେ ଚଳଚ୍ଚିତ୍ର ସମ୍ପାଦକ ଅଜୟ ଶର୍ମା

ନୂଆଦିଲ୍ଲୀ: ଦେଶରେ କୋରୋନାର ଦ୍ବିତୀୟ ଲହରରେ ସଂକ୍ରମିତ ହେବାରେ ଲାଗିଛନ୍ତି ଅନେକ ସେଲିବ୍ରିଟି । ଯେଉଁଥିପାଇଁ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ସଂକ୍ରମିତ ହେଉଛନ୍ତି । ହଜାର ହଜାର ଲୋକ ପ୍ରାଣ ମଧ୍ୟ ହରାଉଛନ୍ତି ।

ଏହି ଭାଇରସ ବଲିଉଡରେ ହଇଚଇ ସୃଷ୍ଟି କରିଦେଇଛି । ଏଥିସହିତ ବଲିଉଡ ତାରକାଙ୍କ ଠାରୁ ଆରମ୍ଭ କରି ଟିଭି ସେଲିବ୍ରିଟିମାନେ ମଧ୍ୟ ଏହାର ଶିକାର ହେଉଛନ୍ତି ।

ଏବେ ସିନେମା ଜଗତରୁ ଆଉ ଏକ ନୈରାଶ୍ୟଜନକ ଖବର ସାମ୍ନାକୁ ଆସିଛି । ଫେମସ ଚଳଚ୍ଚିତ୍ର ସମ୍ପାଦକ ଅଜୟ ଶର୍ମାଙ୍କର କୋରୋନାରେ ମୃତ୍ୟୁ ହୋଇଯାଇଛି । ଯାହାକୁ ଶୁଣି ଫିଲ୍ମ ଇଣ୍ତଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି ।

ଅଜୟ ମଙ୍ଗଳବାର ରାତିରେ ଦିଲ୍ଲୀରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଅଜୟ ଗତ କିଛି ଦିନ ହେବ କୋରୋନା ସହିତ ଲଢୁଥିଲେ।

ଅଜୟଙ୍କ ମୃତ୍ୟୁ ପୂର୍ବରୁ ଚଳଚ୍ଚିତ୍ର ନିର୍ମାତା ଅଶୋକ ପଣ୍ଡିତ 10 ଦିନ ପୂର୍ବରୁ ତାଙ୍କ ପାଇଁ ଦିଲ୍ଲୀରେ ଅକ୍ସିଜେନ ଏବଂ ବେଡ ପାଇଁ ସୋସିଆଲ ମିଡିଆରେ ନିବେଦନ କରିଥିଲେ ।

ପ୍ରକାଶ ଥାଉ ଯେ, ଅଜୟ 'ଲୁଡୋ', 'ଜଗା ଜାସୁସ୍', 'ପ୍ୟାର୍ କା ପଞ୍ଚନାମା','ଇନ୍ଦୁ କି ଜବାନୀ','କ୍ରୁକ୍' ପରି ଫେମସ ଚଳଚ୍ଚିତ୍ରର ଏଡିଟିଂଙ୍ଗ କରିଥିଲେ । ବର୍ତ୍ତମାନ ଅଜୟ ଫିଲ୍ମ 'ରଶ୍ମୀ ରକେଟ୍'ର ଏଡିଟିଂଙ୍ଗ କରୁଥିଲେ, ଯେଉଁଥିରେ ତାପସୀ ପନ୍ନୁ ମୁଖ୍ୟ ଭୂମିକାରେ ନଜର ଆସିବେ ।

ABOUT THE AUTHOR

...view details