ମୁମ୍ବାଇ:ଦ୍ବିତୀୟ ଲହରରୁ ନିସ୍ତାର ମିଳୁଛି । ସବୁ କିଛି ସ୍ବାଭାବିକ ହେଉଛି । କିଛି ଦିନର ବ୍ରେକ ପରେ ପୁଣି ଷ୍ଟାରଙ୍କ ପାଖକୁ ଫେରିଛି କୋରୋନା । ଫିଲ୍ମ ମେକର ତଥା ଡ୍ୟାନ୍ସ କୋରିଓଗ୍ରାଫର ଫରାହ ଖାନ କୋରୋନା ସଂକ୍ରମିତ ହୋଇଛନ୍ତି । ବଡ କଥା ହେଉଛି ଭ୍ୟାକ୍ସିନ ନେବା ପରେ ବି ସେ କୋରୋନା ପଜିଟିଭ ହୋଇଛନ୍ତି ।
ଗତକାଲି(ବୁଧବାର) କୋରୋନା ଭୂତାଣୁରେ ସଂକ୍ରମିତ ହୋଇଥିବା ନେଇ ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି ଫରାହ । ଦୁଇ ଡୋଜ ଟିକା ନେଇଥିବା ସମସ୍ତଙ୍କ ସହିତ କାମ କରିବା ପରେ ବି ସେ ସଂକ୍ରମିତ ହୋଇଛନ୍ତି । ଫରାହ ମଧ୍ୟ ଦୁଇ ଡୋଜ ଟିକା ନେଇ ସାରିଛନ୍ତି । ଟିକା ନେବା ପରେ ବି କୋରୋନାରେ ସଂକ୍ରମତି ହେବା ଫରାହଙ୍କୁ ଆଶ୍ଚର୍ଯ୍ୟ କରିଛି । ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ ପରୀକ୍ଷା କରିବାକୁ କହିଛନ୍ତି ସେ ।