ମୁମ୍ବାଇ: ଆଜି ସ୍ୱର୍ଗତ ଅଭିନେତା ସଞ୍ଜୀବ କୁମାରଙ୍କ 82 ତମ ଜନ୍ମଦିନ । ଏହି ଅବସରରେ ତାଙ୍କ ପ୍ରଶଂସକମାନେ ତାଙ୍କୁ ମନେପକାଉଛନ୍ତି । ସଞ୍ଜୀବ 6 ନଭେମ୍ବର 1985 ରେ 48 ବର୍ଷ ବୟସରେ ଦେହାନ୍ତ କରିଥିଲେ ।
ସଞ୍ଜୀବ 'ଦସ୍ତକ' ଏବଂ 'କୋଶିଶ' ରେ ତାଙ୍କ ଭୂମିକା ପାଇଁ ଦୁଇଥର ଜାତୀୟ ପୁରସ୍କାର ଜିତିଥିଲେ ।
9 ଜୁଲାଇ 1938 ରେ ହରିହର ଜେଠାଲାଲ ଜରିୱାଲା ଭାବରେ ଜନ୍ମ ଗ୍ରହଣ କରିଥିବା ସଞ୍ଜୀବ କୁମାର 1960 ମସିହାରେ ଚଳଚ୍ଚିତ୍ର ହମ ହିନ୍ଦୁସ୍ତାନୀ ସହିତ ବଲିଉଡରେ ଡେବ୍ୟୁ କରିଥିଲେ ।
ସଞ୍ଜୀବ 'ଅନୁଭବ' (1971), 'କୋଶିଶ' (1972), 'ଆନ୍ଧି' ଏବଂ 'ଶୋଲେ' (1975), 'ସତରଞ୍ଜ ଖିଲାଡି' (1977), 'ପତି ପତ୍ନୀ ଅର ୱୋ' (1978), 'ନୌକର' (1979) , ଏବଂ 'ଅଙ୍ଗୁର' (1982) ପରି ଚଳଚ୍ଚିତ୍ରରେ ସ୍ମରଣୀୟ ଅଭିନୟ କରିଥିଲେ ।