ଓଡିଶା

odisha

ETV Bharat / sitara

ଆମୀରଙ୍କ ବିବାହ ବିଚ୍ଛେଦକୁ ନେଇ ଭାଇଙ୍କ ପ୍ରତିକ୍ରିୟା, କହିଲେ ‘ସମ୍ଭାଳି ପାରିବିନି ସ୍ତ୍ରୀ’

ଆଗାମୀ ଚଳଚ୍ଚିତ୍ର ଫ୍ୟାକ୍ଟ୍ରି ସହ ବଲିଉଡକୁ କମ୍ ବ୍ୟାକ୍ କରିବେ ସୁପରଷ୍ଟାର ଆମିର ଖାନଙ୍କ ସାନଭାଇ ଫୈଜଲ ଖାନ୍ । ହେଲେ ନିକଟରେ ସ ଦେଇଥିବା ଗୋଟିଏ ବୟାନକୁ ନେଇ ଚର୍ଚ୍ଚାରେ । ଅଧିକ ପଢନ୍ତୁ...

By

Published : Aug 25, 2021, 2:18 PM IST

ଫ୍ୟାକ୍ଟ୍ରି ଜରିଆରେ ବଲିଉଡକୁ ଫେରିବେ ଫୈଜଲ ଖାନ୍
ଫ୍ୟାକ୍ଟ୍ରି ଜରିଆରେ ବଲିଉଡକୁ ଫେରିବେ ଫୈଜଲ ଖାନ୍

ମୁମ୍ବାଇ: ବଲିଉଡକୁ କମବ୍ୟାକ୍ କରିବେ ସୁପରଷ୍ଟାର ଆମୀର ଖାନଙ୍କ ସାନଭାଇ ଫୈଜଲ ଖାନ୍ । ଫ୍ୟାକ୍ଟ୍ରି ଫିଲ୍ମ ମାଧ୍ୟମରେ ପୁଣି ଥରେ ନଜର ଆଶିବେ ଫୈଜଲ । ଏହି ଚଳଚ୍ଚିତ୍ରରେ ସେ ନିର୍ଦ୍ଦେଶନା ଭାର ତୁଲାଇବା ସହ ପ୍ରଥମ କରି କଣ୍ଠଦାନ କରିବେ ବୋଲି ଜଣାପଡିଛି । ଫିଲ୍ମ ରିଲିଜ୍ ପୂର୍ବରୁ ଫୈଜଲ ତାଙ୍କ ବିବାହ ବିଚ୍ଛେଦ ବାବଦରେ ପ୍ରତିକ୍ରିୟା ରଖିଛନ୍ତି । ଏଥିସହ ଭାଇ-ଭାଉଜଙ୍କ ବିଚ୍ଛେଦ ବାବଦରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ଫୈଜଲ ।

ଏକ ଲୋକପ୍ରିୟ ଟିଭି ଚ୍ୟାନାଲର ସାକ୍ଷାତକାରେ ଫୈଜଲଙ୍କୁ ଦ୍ବିତୀୟ ବିବାହ ନେଇ ପ୍ରଶ୍ନ କରାଯାଇଥିଲା । ଏହାର ଉତ୍ତରରେ ସେ କହିଛନ୍ତି ଯେ, 'ଦୁର୍ଭାଗ୍ୟବଶତଃ, ମୋ ପାଖରେ ବିବାହ କରିବା ପାଇଁ ପର୍ଯ୍ୟାପ୍ତ ପରିମାଣର ଟଙ୍କା ନାହିଁ । ଏପରିକି ମୋର କୌଣସି ଗର୍ଲଫ୍ରେଣ୍ଡ ମଧ୍ୟ ନାହାନ୍ତି । ମୋ ମତରେ ଜୀବନରେ ପ୍ରେମିକା ରଖିବା ଏକ ମୂଲ୍ୟବାନ ଜିନିଷ । ତା ଠୁ ଆହୁରି ଅଧିକ ମୂଲ୍ୟବାନ ହେଉଛି ସ୍ତ୍ରୀ ରଖିବା । ଫିଲ୍ମ ହିଟ୍ ହେବା ପରେ ଝିଅ ଖୋଜିବି ।'

ସେହିପରି ଆମିର ଏବଂ କିରଣଙ୍କ ଛାଡପତ୍ର ବାବଦରେ, ଫୈଜଲ କହିଛନ୍ତି ଯ, "ମୁଁ ସେମାନଙ୍କୁ କୌଣସି ପରାମର୍ଶ ଦେଇ ପାରିବି ନାହିଁ । ମୋର ବିବାହ ସଫଳ ହୋଇପାରିଲା ନାହିଁ, ତେଣୁ ମୁଁ କାହାର ବ୍ୟକ୍ତିଗତ ଜୀବନ ଉପରେ ମନ୍ତବ୍ୟ ଦେବାକୁ କେହି ନୁହେଁ । ସେମାନଙ୍କ ପାଇଁ କ’ଣ ଭଲ ତାହା ସେମାନେ ଜାଣନ୍ତି ।" ରିଲିଜ ହେବାକୁ ଥିବା ଫୈଜଲଙ୍କ ଚଳଚ୍ଚିତ୍ର ଫ୍ୟାକ୍ଟ୍ରିରେ ରାଜକୁମାର କାନୋଜିଆ ଏବଂ ରୋଲି ରିଆନ୍, ରିଭୁ ମେହେରା ଏବଂ ଶରଦ ସିଂ ନଜର ଆସିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details