ଓଡିଶା

odisha

ETV Bharat / sitara

ବଲିଉଡରେ ଟଲିଉଡ ଅଭିନେତ୍ରୀ ଈଶାନ୍ୟାଙ୍କ ଡେବ୍ୟୁ

ବଲିଉଡ କଳାକାର ଟଲିଉଡ ଏବଂ ଟଲିଉଡ କଳାକାର ବଲିଉଡରେ ନଜର ଆସିବା ଏକ ସାଧାରଣ କଥା ହୋଇସାରିଲାଣି । ଏହି କ୍ରମରେ ସାମିଲ ହୋଇଛନ୍ତି ସାଉଥର ଆଉ ଏକ ଅଭିନେତ୍ରୀ ଈଶାନ୍ୟା ମହେଶ୍ବରୀ । ଯିଏ ଖୁବ୍ ଶୀଘ୍ର ବଲିଉଡରେ ନଜର ଆସିବାକୁ ଯାଉଛନ୍ତି ।

By

Published : Jun 7, 2019, 1:57 AM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ଈଶାନ୍ୟା ମହେଶ୍ବରୀ

ମୁମ୍ବାଇ: ସାଉଥ ଫିଲ୍ମରେ ଫେମସ ହେବା ପରେ ଲୋକପ୍ରିୟ ଅଭିନେତ୍ରୀ ଈଶାନ୍ୟା ମହେଶ୍ବରୀ ବଲିଉଡରେ ନିଜ ଭାଗ୍ୟ ପରୀକ୍ଷା କରିବାକୁ ଏବେ ପ୍ରସ୍ତୁତ । ଈଶାନ୍ୟା ଖୁବ୍ ଶୀଘ୍ର ଫିଲ୍ମ 'କ୍ୟା ମସ୍ତି କ୍ୟା ଧୁମ' ଜରିଆରେ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଥାପିବେ ।ଫିଲ୍ମରେ ଇଶାନ୍ୟାଙ୍କ ସହ କରନ ଜୋହରଙ୍କ ଫିଲ୍ମ 'ଷ୍ଟୁଡେଣ୍ଟ ଅଫ ଦ ଇୟର-2'ରେ ଡେବ୍ୟୁ କରିଥିବା ଅଭିନେତା ଅଭିଷେକ ବଜାଜ ଓ 'ସୁଲତାନ' ଫେମ ଅଭିନେତା ଅନନ୍ତ ଶର୍ମା ନଜର ଆସିବେ ।

ଅନ୍ୟପଟେ 'କ୍ୟା ମସ୍ତି କ୍ୟା ଧୁମ'ର ନିର୍ଦ୍ଦେଶନା ଦେଇଛନ୍ତି ନିର୍ଦ୍ଦେଶକ ଚନ୍ଦ୍ରକାନ୍ତ ସିଂହ । ଜଣାଇ ଦେଉଛୁ ଯେ, ଈଶାନ୍ୟା 2015 ରେ ଫିଲ୍ମ 'ରାଜୁ ଗୁରୁ ଗାନ୍ଧୀ' ଜରିଆରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ଏହାପରେ ସେ 2016ରେ ଆସିଥିବା ଫିଲ୍ମ 'ଗୋଗଲ ଜାକ୍କିର୍ଥୀ'ରେ କାମ କରିଥିଲେ ।

ବଲିଉଡ ପ୍ରୋଜେକ୍ଟ ବିଷୟରେ ଆଲୋଚନା କରି ଈଶାନ୍ୟା କହିଛନ୍ତି କି, "ସେ ନିର୍ଦ୍ଦେଶକ ଚନ୍ଦ୍ରକାନ୍ତଙ୍କ ସବୁବେଳେ ରୁଣି ହୋଇ ରହିବେ । କାରଣ ତାଙ୍କ ଉପରେ ବିଶ୍ବାସ କରି ତାଙ୍କୁ ଏହି ହିନ୍ଦୀ ଫିଲ୍ମରେ କାମ କରିବାକୁ ସୁଯୋଗ ଦେଇଛନ୍ତି ସେ । ନିଜ କୋ-ଷ୍ଟାରଙ୍କ ସହ କାମ କରି ସେ ଖୁବ୍ ଏନଜୟ ମଧ୍ୟ କରିଛନ୍ତି । ଏହାସହ ସେ ଭିନ୍ନ ଅନୁଭୂତି ମଧ୍ୟ ଲାଭ କରିପାରିଛନ୍ତି । ସେ ନିଜର ପ୍ରଥମ ହିନ୍ଦୀ ଫିଲ୍ମକୁ ନେଇ ଖୁବ୍ ଉତ୍ସାହିତ ଅଛନ୍ତି" ।

For All Latest Updates

ABOUT THE AUTHOR

...view details