ନୂଆଦିଲ୍ଲୀ: ନିର୍ବାଚନ ଆୟୋଗ (ଈସି) ଟିଭିର ଦୁଇ ପପୁଲାର ଧାରାବାହିକ ନିର୍ମାତାଙ୍କ ପାଖକୁ ଲିଗାଲ ନୋଟିସ ପଠାଇଛି । କାର୍ଯ୍ୟକ୍ରମରେ ବିଭିନ୍ନ ସରକାରୀ ଯୋଜନାର ପ୍ରଚାର କରି କଥିତ ରୂପେ ଆଚରଣ ବିଧିର ଉଲ୍ଲଂଘନ କରିବା ଯୋଗୁ ନିର୍ବାଚନ ଆୟୋଗ ନୋଟିସ୍ ଜାରି କରିଛି । ମହାରାଷ୍ଟ୍ର ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଦିଲୀପ ସିନ୍ଦେ ଆଜି କହିଛନ୍ତି କି 'ଜି ଟିଭି' ଏବଂ 'ଆଣ୍ଡ ଟିଭି'ରେ ପ୍ରସାରିତ ଦୁଇ ଟିଭି ଧାରାବାହିକ ଦ୍ବାରା ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିବା ବିଷୟରେ ଅଭିଯୋଗ ମିଳିଥିଲା ।
ଦିଲୀପ କହିଛନ୍ତି ଯେ ଅଭିଯୋଗ ଉପରେ ଆଲୋଚନା କରି ନିର୍ବାଚନ ଆୟୋଗ ମଙ୍ଗଳବାର ସମ୍ପୃକ୍ତ ଧାରାବାହିକ ନିର୍ମାତାଙ୍କୁ ନୋଟିସ ପଠାଇଛନ୍ତି ଏବଂ ଗୋଟିଏ ଦିନ ମଧ୍ୟରେ ଏହାର ଜବାବ ମଧ୍ୟ ମାଗିଛନ୍ତି । ଜବାବ ମିଳିବା ପରେ ଆଗାମୀ କାର୍ଯ୍ୟାନୁଷ୍ଠାନ ନିଆଯିବ ।