ଓଡିଶା

odisha

ETV Bharat / sitara

କ୍ଷମା ମାଗିଲେ ଏକତା, କଙ୍ଗନାଙ୍କୁ ବଲିଉଡରୁ ବହିଷ୍କାର ଦାବି

ସମ୍ବାଦିକ ଜଷ୍ଟିନଙ୍କ ସହ କଙ୍ଗନାଙ୍କ ଦୁର୍ବ୍ୟବହାର ପ୍ରସଙ୍ଗରେ କ୍ଷମା ମାଗିଲେ ନିର୍ମାତା ଏକତା କପୁର । ଏକ ପ୍ରେସ କନଫ୍ରେନ୍ସରେ ସାମ୍ବାଦିକଙ୍କୁ ଗାଳି କରିଥିଲେ କଙ୍ଗନା । ଏପଟେ ସାମ୍ବାଦିକଙ୍କୁ ଗାଳି ପ୍ରସଙ୍ଗରେ କଙ୍ଗନାଙ୍କୁ ବଲିଉଡରୁ ବହିଷ୍କାର ପାଇଁ ଦାବି ହୋଇଛି ।

ଡିଜାଇନ ଫଟୋ

By

Published : Jul 11, 2019, 12:16 PM IST

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରଣାବତଙ୍କ ଅପକମିଂ ଫିଲ୍ମ 'ଜଜମେଣ୍ଟାଲ ହେ କ୍ୟା'ର ପ୍ରେସ କନଫ୍ରେନ୍ସ ସମୟରେ ସମ୍ବାଦିକ ଜଷ୍ଟିନ ରାଓଙ୍କ ସହ ହୋଇଥିବା ଯୁକ୍ତିତର୍କ ଏବେ ବଡ ବିବାଦର ମୋଡ ନେଇଛି । ଏଣ୍ଟରଟେନମେଣ୍ଟ ଜର୍ନଲିଷ୍ଟସ ଗିଲ୍ଡ ଅଫ ଇଣ୍ଡିଆ (ଈଜେଜିଆଈ)ର ସଦସ୍ୟମାନେ କଙ୍ଗନାଙ୍କୁ ବଲିଉଡରୁ ବହିଷ୍କାର କରିବା ପାଇଁ ଦାବି କରିଛନ୍ତି । ଏହାସହ ଫିଲ୍ମ ନିର୍ମାତା ଏକତା କପୁର ଓ କଙ୍ଗନା ସାର୍ବଜନିନ ରୂପେ କ୍ଷମା ମାଙ୍ଗିବାକୁ ଦାବି କରିଛନ୍ତି ।

ଫଟୋ ସୌଜନ୍ୟ: ଟ୍ବିଟର@ଏକତା କପୁର

ସେପଟେ ଏକତା 'ଜଜମେଣ୍ଟାଲ ହେ କ୍ୟା ରିଲିଜ'କୁ ଦୃଷ୍ଟିରେ ରଖି ଏହି ଘଟଣା ପାଇଁ କ୍ଷମା ମାଗି ନେଇଛନ୍ତି । ସେ ସୋସିଆଲ ମିଡିଆରେ କ୍ଷମା ମାଗିଛନ୍ତି । ସେ ସେୟାର କରି ଲେଖିଛନ୍ତି, "ଜଜମେଣ୍ଟାଲ ହେ କ୍ୟା ଅଭିନେତ୍ରୀ ଓ ସମ୍ବାଦିକ ଜଷ୍ଟିନ ରାଓଙ୍କ ମଧ୍ୟରେ ହୋଇଥିବା ଯୁକ୍ତିତର୍କକୁ ନେଇ ଅନେକ ଆଲୋଚନା ଚାଲିଛି । ଏହି ଯୁକ୍ତିତର୍କ ଜୁଲାଇ 7ରେ ଫିଲ୍ମ ଗୀତ ଲଞ୍ଚିଂ ସମୟରେ ହୋଇଥିଲା । ଏହି ଯୁକ୍ତିତର୍କରେ ସମ୍ପୃକ୍ତ ଥିବା ଲୋକ ନିଜ ନିଜର ପକ୍ଷ ରଖିଛନ୍ତି, କିନ୍ତୁ ଏହି ଘଟଣାଟି ଆମ ଫିଲ୍ମ ଇଭେଣ୍ଟରେ ହୋଇଥିଲା । ଏନେଇ ମୁଁ ଫିଲ୍ମର ପ୍ରଯୋଜକ ହେବା ହିସାବରେ କ୍ଷମା ମାଗୁଛି ଏବଂ ଏହି ଘଟଣାକୁ ନେଇ ଆମେ ଦୁଃଖି । ଆମେ ସ୍ପଷ୍ଟ କରିବାକୁ ଚାହୁଁଛି କି ଆମର ଉଦ୍ଦେଶ୍ୟ କାହାରିକୁ ଅପମାନ କିମ୍ବା କୌଣସି ଭାବନାଙ୍କୁ ଆଘାତ ଦେବାର ନଥିଲା ।"

ଅନ୍ୟପଟେ କଙ୍ଗନା କିନ୍ତୁ ଏଯାଏଁ କ୍ଷମା ମାଗିନାହାଁନ୍ତି । ଏବେ ଦେଖିବା ବାକି ରହିଲା କି କଙ୍ଗନା କ୍ଷମା ମାଗିବେ ନାଁ ଏହା ବିରୋଧରେ ଲଢିବେ ।

ପ୍ରକାଶ ଥାଉକି ଫିଲ୍ମ 'ଜଜମେଣ୍ଟାଲ ହେ କ୍ୟା' ଗୀତ ଲଞ୍ଚିଂ ଲସମୟରେ ସମ୍ବାଦିକ ଜଷ୍ଟିନ ଓ କଙ୍ଗନାଙ୍କ ମଧ୍ୟରେ ଫିଲ୍ମ 'ମଣିକର୍ଣ୍ଣିକା'କୁ ନେଇ ଯୁକ୍ତିତର୍କ ଆରମ୍ଭ ହୋଇଥିଲା । ଯାହାପରେ ସବୁ ପ୍ରସଙ୍ଗରେ ନିଜ ପକ୍ଷ ରଖୁଥିବା କଙ୍ଗନାଙ୍କ ଭଉଣୀ ରଙ୍ଗୋଲୀ ଚାନ୍ଦେଲ ତାଙ୍କ ସମର୍ଥନରେ ଆସିଥିଲେ ।

ABOUT THE AUTHOR

...view details