ଓଡିଶା

odisha

ETV Bharat / sitara

'ଭାରତ' ପାଇଁ ଭାଇଜାନଙ୍କ ନିଷ୍ଠା

ନିଜର କାମ ପାଇଁ ସର୍ବଦା ଡେଡିକେଟେଡ ଭାଇଜାନ । ସେହିପରି ନିଜର ଅପକମିଙ୍ଗ୍ ଫିଲ୍ମ ଭାରତ ପାଇଁ ମଧ୍ୟ କିଛି କମ୍ ପରିଶ୍ରମ କରିନାହାଁନ୍ତି ସଲମାନ । ତେବେ ନିକଟରେ ଏକ ଇଣ୍ଟରଭ୍ୟୁରେ ସେ ଫିଲ୍ମ ଭାରତର ସିକ୍ରେଟ ଫାଇଟ ବିଷୟରେ ବଖାଣିବା ସହ କ୍ୟାଟ୍ରିନାଙ୍କୁ ପରିଶ୍ରମର ସାକ୍ଷୀ ରଖିଛନ୍ତି ।

By

Published : Jun 2, 2019, 1:30 AM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ମୁମ୍ବାଇ: ଫିଲ୍ମ ପାଇଁ ନିଜର ଜି ଜାନ ଲଗାଇଦେବା ଭାଇଜାନଙ୍କ ପାଇଁ କିଛି ବଡ କଥା ନୁହେଁ । ନିଜର କାମ ପାଇଁ ସର୍ବଦା ଡେଡିକେଟେଡ ରହୁଥିବା ସଲମାନ ନିଜର ଅପକମିଙ୍ଗ୍ ଫିଲ୍ମ ପାଇଁ ମଧ୍ୟ ଖୁବ ପରିଶ୍ରମ କରିଥିବା ନିକଟରେ ଏକ ଇଣ୍ଟରଭ୍ୟୁରେ କହିଛନ୍ତି ।

ସଲମାନଙ୍କ କହିବା ଅନୁସାରେ, ଫିଲ୍ମ ଭାରତ ପାଇଁ ମୋତେ କେବେ ନିଜର ଓଜନ ବଢାଇବାକୁ ପଡିଥିଲା ତ କେତେବେଳେ କମାଇବାକୁ ପଡିଥିଲା । ଯାହାର ସାକ୍ଷୀ ରହିଛନ୍ତି କ୍ୟାଟ୍ରିନା । ଏପରିକି କ୍ୟାଟଙ୍କ ସହ କନେକ୍ଟ ଅନେକ କଥା ଶେୟାର କରିଥିଲେ ସଲମାନ ।

ଏଠାରେ ଆପଣଙ୍କୁ କହିରଖୁଛୁ ଯେ, ଫିଲ୍ମରେ ସଲମାନଙ୍କ ଚରିତ୍ରକୁ 18 ବର୍ଷରୁ 70 ବର୍ଷ ପର୍ଯ୍ୟନ୍ତ ଦେଖାଯାଇଛି । ଫିଲ୍ମଟି ଜୁନ୍ 5ରେ ପ୍ରେକ୍ଷାଳୟରେ ରିଲିଜ ହେବ ।

For All Latest Updates

ABOUT THE AUTHOR

...view details