ନୂଆଦିଲ୍ଲୀ: ମହିଳାଙ୍କ ଅଧିକାର ବ୍ୟତୀତ ପୁରୁଷଙ୍କ ଅଧିକାର ପାଇଁ ଲଢୁଥିବା ଫିଲ୍ମମେକର ଦୀପିକା ନାରାୟଣ ଭାରଦ୍ବାଜ ଏବେ ଏକ ଡକ୍ୟୁମେଣ୍ଟ୍ରି ଉପରେ କାମ କରୁଛନ୍ତି । ନିକଟରେ ଟିଭି ଅଭିନେତା କରନ ଓବରାୟଙ୍କ ଉପରେ ଦୁଷ୍କର୍ମ ଅଭିଯୋଗ ଲାଗିବା ପରେ ଏବେ ଇଣ୍ଡଷ୍ଟ୍ରିରେ #MenTooର ନିଆଁ ବ୍ୟାପୁଛି ।
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ଦୀପିକା ନାରାୟଣ ଭାରଦ୍ବାଜ ସେ ଲିଙ୍ଗଗତ ସମାନତା ଉପରେ କଥା ହୋଇ କହିଛନ୍ତି କି ଜେଣ୍ଡର ଇକ୍ବାଲିଟି କେବଳ ମହିଳାଙ୍କ ଅଧିକାର ସହ ସମ୍ପୃକ୍ତ ରହିବା କଥା ନୁହେଁ । ଯଦି ଦୁଷ୍କର୍ମକାରୀଙ୍କ ନାମ ସାମ୍ନାକୁ ଆସୁଛି ଏବଂ ସମାଜର ଲଜ୍ୟା ସହିବାକୁ ପଡୁଛି ତେବେ ସେହି ମହିଳାଙ୍କ ନାମ ମଧ୍ୟ ସାମ୍ନାକୁ ଆସିବା କଥା । ଯେଉଁମାନେ ମିଛ କେସ ଦାୟର କରୁଛନ୍ତି ।
ଯଦି ଘରୋଇ ହିଂସା, ଯୌତୁକ ଦାବି, ନିର୍ଯାତନା ଏବଂ ଦୁଷ୍କର୍ମ ମାମଲାରେ ଦୋଷୀ ପୁରୁଷଙ୍କ ନାମ ସାମ୍ନାକୁ ଆସିପାରୁଛି, ତେବେ ଏପରି ଅବିକଳ ମାମଲାରେ ଦୋଷୀ ମହିଳାଙ୍କ ଉପରେ ମଧ୍ୟ ମାମଲା ରୁଜୁ କରାଯିବା କଥା ଏବଂ ତାଙ୍କ ନାମ ସାମ୍ନାକୁ ଆସିବା କଥା ।
ସେ ଆହୁରି କହିଛନ୍ତି କି ଯଦି ମିଡିଆ ପୁରା ଯୋସ ସହ ମହିଳାଙ୍କ ଉପରେ ପୁରୁଷଙ୍କ କ୍ରାଇମ ରିପୋର୍ଟସ୍ ଦେଖାଉଛି ସେହିପରି ପୁରୁଷଙ୍କ ପ୍ରତି ମହିଳାଙ୍କ ଅତ୍ୟାଚାରକୁ ମଧ୍ୟ ଫୋକସ କରିବା କଥା । ଆମେ ବାରମ୍ବାର ମହିଳାଙ୍କ ଗରିମା, ସମ୍ମାନ ଏବଂ ପ୍ରତିଷ୍ଠା ବିଷୟରେ କଥା ହେଉଛେ ତେବେ ଆମେ ପୁରୁଷଙ୍କ ଗରିମା, ସମ୍ମାନ ଏବଂ ପ୍ରତିଷ୍ଠା ବିଷୟରେ ଭାବିବାର ଆବଶ୍ୟକତା ରହିଛି । ଯେମିତି ମହିଳାଙ୍କ ଅଧିକାର ପାଇଁ #MeToo ସେହିପରି #MenToo ପୁରୁଷଙ୍କ ପାଇଁ ଆବଶ୍ୟକ ରହିଛି ।