ଓଡିଶା

odisha

ETV Bharat / sitara

ଫ୍ୟାନ୍ସ ସହ ଭଉଣୀଙ୍କ ସାକ୍ଷାତ କରାଇଲେ ଦିଶା

ସୋସିଆଲ ମିଡିଆରେ ବଡ ଭଉଣୀ ଖୁସବୁଙ୍କ ଫଟୋ ସେୟାର କରିଲେ ଦିଶା ପଟାନୀ । ଗୋଟିଏ ପଟେ ଦିଶା ବଲିଉଡରେ ସକ୍ରିୟ ଥିବା ବେଳେ ଆର୍ମି ଅଫିସରର ରୂପେ କାର୍ଯ୍ୟରତ ତାଙ୍କ ଭଉଣୀ ।

By

Published : Jul 29, 2019, 6:16 PM IST

ଡିଜାଇନ ଫଟୋ

ମୁମ୍ବାଇ: ବି-ଟାଉନର ଫିଟନେସ କୁଇନ ଦିଶା ପଟାନୀ ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ଥାନ୍ତି । ସେ ଫ୍ୟାନ୍ସଙ୍କୁ ଦିୱାନା କରିବା ପାଇଁ ପ୍ରାୟତଃ ସୋସିଆଲ ମିଡିଆରେ ନିଜ ୱାର୍କଆଉଟ ଭିଡିଓ, ଡାନ୍ସ ଭିଡିଓ ସହ ସେକ୍ସୀ ଫଟୋ ସେୟାର କରୁଥିବାର ଦେଖାଯାଆନ୍ତି । ଏଥର କିନ୍ତୁ ସେ ନିଜର କୌଣସି ଫଟୋ ନୂଆ ବରଂ ଜଣେ ନୂଆ ଚେହେରାକୁ ଫ୍ୟାନ୍ସଙ୍କ ସହ ସାକ୍ଷାତ କରାଇଛନ୍ତି ।

ଏହି ନୂଆ ଚେହେରା ଆଉ କେହି ନୁହଁନ୍ତି ସେ ତାଙ୍କର ବଡ ଭଉଣୀ ଖୁସବୁ ପଟାନୀ । କିନ୍ତୁ ସେ ଏହାର ସୂଚନା ଫ୍ୟାନ୍ସଙ୍କୁ ଦେଇନାହାଁନ୍ତି । ଫଟୋରେ ସେ କେବେଳ ଦୁଇଟି ହାର୍ଟ ଆଇକନ କରି ସେୟାର କରିଛନ୍ତି । ଖୁସବୁ ଦିଶାଙ୍କ ପରି ବଲିଉଡ ଅଭିନେତ୍ରୀ ନୁହଁନ୍ତି ସେ ଜଣେ ଆର୍ମି ଅଫିସର ରୂପେ କାର୍ଯ୍ୟରତ । ଅନ୍ୟପଟେ ସେୟାର ହୋଇଥିବା ଖୁସବୁଙ୍କ ଫଟୋରେ ଦିଶାଙ୍କ ବୟଫ୍ରେଣ୍ଡ ତଥା ଅଭିନେତା ଟାଇଗର ଶ୍ରଫଙ୍କ ମା' ଆୟସା ଟାଇଗର 'ଷ୍ଟନିଂ' ଲେଖି କମେଣ୍ଟ କରିଛନ୍ତି ।

ପ୍ରକାଶ ଥାଉକି ଟାଇଗରଙ୍କ ସହ ଦିଶା ଫିଲ୍ମ 'ବାଗି-2' ଏବଂ ଏକ ମ୍ୟୁଜିକାଲ ଭିଡିଓ 'ବେଫିକରା' ରେ ନଜର ଆସିସାରିଛନ୍ତି । ନିକଟରେ ରିଲିଜ ହୋଇଥିବା ସଲମାନ ଖାନ ଓ କ୍ୟାଟ୍ରିନା କୈଫଙ୍କ ଅଭିନୀତ ଫିଲ୍ମ 'ଭାରତ'ରେ ମଧ୍ୟ ଦିଶା ନଜର ଆସି ସାରିଛନ୍ତି । ଫିଲ୍ମରେ ତାଙ୍କ ଅଭିନୟର ଖୁବ୍ ପ୍ରଶଂସା ମଧ୍ୟ ହୋଇସାରିଛି ।

ABOUT THE AUTHOR

...view details