ମୁମ୍ବାଇ: ନିକଟରେ ରିଲିଜ ହୋଇଥିବା 'ଭାରତ' ଫିଲ୍ମରେ ଅଭିନୟ ଜରିଆରେ ଫ୍ୟାନ୍ସଙ୍କୁ ଦିୱାନା କରିଥିଲେ ଅଭିନେତ୍ରୀ ଦିଶା ପଟାନୀ । ତେବେ ବର୍ତ୍ତମାନ ସମୟରେ ଦିଶା ଆଗାମୀ ଫିଲ୍ମ ପ୍ରସ୍ତୁତିରେ ଲାଗି ପଡିଛନ୍ତି । ବର୍ତ୍ତମାନ ତାଙ୍କୁ ନେଇ ଏକ ନୈରାଶଜନକ ଖବର ସାମ୍ନାକୁ ଆସିଛି । ଯାହା ଶୁଣି ତାଙ୍କ ଫ୍ୟାନ୍ସ ନିହାତି ଦୁଃଖିତ ହେବେ । ନିଜର ଆଗାମୀ ଫିଲ୍ମ 'ମଲଙ୍ଗ'ର ସୁଟିଂରେ ବ୍ୟସ୍ତ ଥିବା ଦିଶାଙ୍କୁ ସେଟରେ ଆଘାତ ଲାଗିଛି । ଅଧିକ ଯାନ୍ତ୍ରଣା ହେଉଥିବାରୁ ତାଙ୍କୁ ସେଟରେ ହିଁ ଇନଜେକ୍ସନ ଦିଆଯାଇଛି ।
ଏହି ସମୟରେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯାହାକୁ ସେୟାର କରିଛି ତାଙ୍କ ଫ୍ୟାନକ୍ଲବ । ଇନଜେକ୍ସନ ଦିଆଯିବା ସମୟରେ ଦିଶା ମୁହଁ ଅନ୍ୟପଟକୁ କରିଥିବା ଭିଡିଓରେ ଦେଖିବାକୁ ମିଳୁଛି । ଏହା ସହ ସେ ଇନଜେକ୍ସନ ଦେଇଥିବା ଡାକ୍ତରଙ୍କୁ ଧନ୍ୟବାଦ ମଧ୍ୟ କହିଛନ୍ତି ।