ମୁମ୍ବାଇ: ଫେମସ ଆକ୍ଟର ଟାଇଗର ଶ୍ରଫଙ୍କ ଆଜି 30ତମ ଜନ୍ମଦିନ । ଏହି ଅବସରରେ ଫ୍ୟାନ୍ସଙ୍କଠୁ ନେଇ ବଲିଉଡ ଷ୍ଟାର୍ସ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବାରେ ଲାଗିଛନ୍ତି । ଟାଇଗରଙ୍କ ମା' ଆୟଶା ଶ୍ରଫ ଓ କଥିତ ଗାର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ଦିଶା ପଟାନୀ ଶାନଦାର ଅନ୍ଦାଜରେ ତାଙ୍କୁ ବର୍ଥଡେ ୱିଶ କରିଛନ୍ତି। ଆୟଶା ପୁଅର ପିଲା ବେଳର ଫଟୋ ସେୟାର କରି ଜନ୍ମଦିନ ଶୁଭେଚ୍ଛା ଜଣାଇଥିବା ବେଳେ ଦିଶା ତାଙ୍କ ସହ ଏକ ପୁରୁଣା ଡାନ୍ସ ଭିଡିଓ ସେୟାର କରି ୱିଶ କରିଛନ୍ତି।
ଦିଶା ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରି କ୍ୟାପସନରେ ଲେଖିଛନ୍ତି, ଆମର ଏକାଠି ପ୍ରଥମ ଡାନ୍ସ। ମୁଁ ବହୁତ ନର୍ଭସ ଥିଲି ଆଉ ଆପଣଙ୍କ ସହ ଡାନ୍ସ କରିବାରେ ମତେ ଖୁବ୍ ଲାଜ ଲାଗୁଥିଲା। ହାପି ବର୍ଥଡେ ବାଘ, ତୁମେ ସବୁବେଳେ ଶାନଦାର ଡାନ୍ସ କରିବାକୁ ପାଇଁ ଚେଷ୍ଟା କରିଥାଅ। ଯାଅ ରନି ଏହି ୱିକେଣ୍ଡ ବକ୍ସ ଅଫିସରେ ଚହଳ ସୃଷ୍ଟି କର।’