ମୁମ୍ବାଇ: ନିକଟରେ ପପୁଲାର ନିର୍ଦ୍ଦେଶକ ଅଲ୍ଲୀ ଅବ୍ବାସ ଜଫର ନିଜ ଆଗାମୀ ଫିଲ୍ମ ‘ମିଷ୍ଟର ଇଣ୍ଡିଆର ଟ୍ରିଲୋଜି’ ବିଷୟରେ କହିଥିଲେ । ଯାହାକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି । ସମସ୍ତଙ୍କୁ ଲାଗୁଛି ଯେ ସେ ଅନିଲ କପୁର ଓ ଶ୍ରୀଦେବୀଙ୍କ ଅଭିନୀତ ସୁପରହିଟ୍ ଫିଲ୍ମ ‘ମିଷ୍ଟର ଇଣ୍ଡିଆ’ର ସିକ୍ବେଲ କିମ୍ବା ରିମେକ ନେଇ ପରଦାକୁ ଫେରିବେ । ହେଲେ ଇତିମଧ୍ୟରେ ଫିଲ୍ମ ବିଷୟରେ ଆଲୋଚନା କରି ବଡ ଖୁଲାସା କରିଛନ୍ତି ଅଲ୍ଲୀ । ହୁଏତଃ ତାଙ୍କ ଖୁଲାସା ଦ୍ବାରା ଦର୍ଶକ ନିରାଶ ହୋଇପାରନ୍ତି ।
କାରଣ ସେ କହିଛନ୍ତି ଯେ ‘ମିଷ୍ଟର ଇଣ୍ଡିଆ ଟ୍ରିଲୋଜି’ର କୌଣସି କନେକ୍ସନ ନିର୍ଦ୍ଦେଶକ ଶେଖର କପୁରଙ୍କ ନିର୍ଦ୍ଦେଶନାରେ 1987ରେ ନିର୍ଦ୍ଦେଶିତ ହୋଇଥିବା ‘ମିଷ୍ଟର ଇଣ୍ଡିଆ’ ସହ ନାହିଁ । ଆନ୍ତର୍ଜାତୀୟ ମାନଦଣ୍ଡରେ ସେ ‘ମିଷ୍ଟର ଇଣ୍ଡିଆ ଟ୍ରିଲୋଜି’ର ନୂଆ କାହାଣୀ ଉପରେ ଫିଲ୍ମ ନିର୍ମାଣ କରିବେ।