ମୁମ୍ବାଇ: କିଛି ଦିନ ହେବ ଚର୍ଚ୍ଚା ଜୋର ଧରିଛି ଯେ ସୁପରଷ୍ଟାର ସଲମାନ ଖାନ ଓ ଫେମସ ନିର୍ମାତା ଆନନ୍ଦ ଏଲ ରାୟଙ୍କ ଆଗାମୀ ଫିଲ୍ମରେ ଅଭିନୟ କରିବା କଥା। ଯାହାକୁ ନେଇ ଖୁବ୍ ଏକ୍ସାଇଟେଡ ସଲମାନଙ୍କ ଫ୍ୟାନ୍ସ। କୁହାଯାଉଥିଲା ଯେ ଫିଲ୍ମ କାହାଣୀ ଉତ୍ତର ପ୍ରଦେଶ ପୃଷ୍ଠଭୂମିକୁ ନେଇ ଆଧାରିତ ହେବ। ସେହିପରି ସଲମାନଙ୍କ ଅପୋଜିଟ ସାରା ଅଲ୍ଲୀ ଖାନ ନଜର ଆସିବେ। ହେଲେ ଇତିମଧ୍ୟରେ ଆନନ୍ଦ ଏହି ଖବର ଉପରେ ଫୁଲଷ୍ଟପ ଲଗାଇ ଦେଇଛନ୍ତି।
ତାଙ୍କ ଅନୁଯାୟୀ ଏହା କେବଳ ଉଡା ଖବର। ଏକ ସାକ୍ଷାତକାରରେ ଯୋଗ ଦେଇ ଆନନ୍ଦ ଏହାର ଖୁଲାସା କରିଥିଲେ। ଆଉ କହିଥିଲେ ସେ କେବେ ମଧ୍ୟ ନିଜ ଆଗାମୀ ସ୍କ୍ରିପ୍ଟ ନେଇ ସଲମାନଙ୍କ ସହ ସାକ୍ଷାତ କରିନାହାଁନ୍ତି । ତାଙ୍କ ଏପରି ବୟାନରେ ହୁଏତଃ ସଲମାନଙ୍କ ଫ୍ୟାନ୍ସ ଉଦାସ ହୋଇପାରନ୍ତି।