ଓଡିଶା

odisha

ETV Bharat / sitara

ଦିଲୀପ କୁମାରଙ୍କ ଦୁଇ ଭାଇ କରୋନା ସଂକ୍ରମିତ, ଡାକ୍ତରଖାନାରେ ହେଲେ ଭର୍ତ୍ତି

ଭେଟେରାନ ଅଭିନେତା ଦିଲୀପ କୁମାରଙ୍କ ଦୁଇ ଭାଇ ଏହସାନ ଖାନ ଏବଂ ଅସଲମ ଖାନ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ଉଭୟ ଭାଇ ମୁମ୍ବାଇର ଲୀଲାବତୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଅଧିକ ପଢନ୍ତୁ...

Dilip Kumar's brothers test positive for COVID-19, admitted to hospital
ଦିଲୀପ କୁମାରଙ୍କ ଦୁଇ ଭାଇ କରୋନା ସଂକ୍ରମିତ, ଡାକ୍ତରଖାନାରେ ହେଲେ ଭର୍ତ୍ତି

By

Published : Aug 16, 2020, 7:53 PM IST

ମୁମ୍ବାଇ: ଦିନକୁ ଦିନ କରୋନାଭାଇରସ ବଢିବାରେ ଲାଗିଛି । ଏଭଳି ପରିସ୍ଥିତିରେ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରୁ କ୍ରମାଗତ ଭାବରେ ଖରାପ ଖବର ବାହାରକୁ ଆସୁଛି । ଅନେକ ସେଲିବ୍ରିଟି କରୋନା ସଂକ୍ରମିତ ହେଉଛନ୍ତି ।

ବର୍ତ୍ତମାନ କିମ୍ବଦନ୍ତୀ ଅଭିନେତା ଦିଲୀପ କୁମାରଙ୍କ ଦୁଇ ଭାଇ ଏହସାନ ଖାନ ଏବଂ ଅସଲମ ଖାନ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ଉଭୟ ଭାଇ ମୁମ୍ବାଇର ଲୀଲାବତୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ଏହସାନ ଏବଂ ଅସଲମ ଉଭୟ ନିଶ୍ୱାସ ପ୍ରଶ୍ବାସ ନେବାରେ ଅସୁବିଧା ଅନୁଭବ କରୁଥିଲେ । ତେଣୁ ତାଙ୍କର କରୋନା ଟେଷ୍ଟ କରାଯିବାରୁ ତାଙ୍କର ରିପୋର୍ଟ ପଜିଟିଭ ବାହାରିଥିଲା । ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଉଭୟଙ୍କ ଚିକିତ୍ସା କରୁଥିବା ଡାକ୍ତର ଏହି ସୂଚନା ସେୟାର କରିଛନ୍ତି ।

ସୂଚନାଯୋଗ୍ୟ ଯେ, ମାର୍ଚ୍ଚରେ ଦିଲୀପ କୁମାର ଟ୍ୱିଟରରେ ଏକ ସ୍ୱାସ୍ଥ୍ୟ ସୂଚନା ସେୟାର କରି କହିଥିଲେ ଯେ,କରୋନା ଭାଇରସ ଯୋଗୁଁ ମୁଁ ଏବଂ ପତ୍ନୀ ସାଇରା ବାନୁ ସମ୍ପନ୍ନ ଅଲଗା ରହୁଛୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details