ଓଡିଶା

odisha

ETV Bharat / sitara

ଇନଷ୍ଟା ଲାଇଭ ସୋ ଲଞ୍ଚ କଲେ ଦିଆ ମିର୍ଜା

ଲକଡାଉନ ସମୟରେ ଅଭିନେତ୍ରୀ-ନିର୍ମାତା ଦିଆ ମିର୍ଜା ଏକ ନୂତନ ଇନଷ୍ଟାଗ୍ରାମ ଲାଇଭ ସୋ ଲଞ୍ଚ କରିଛନ୍ତି । ଏହି ସୋ ରେ ପ୍ରକୃତି ଉପରେ ଆଲୋଚନା କରାଯାଇଥିଲା ଆହୁରି ପଢନ୍ତୁ...

By

Published : Apr 12, 2020, 11:56 AM IST

dia mirza goes insta live with celebrates for a cause
ଇନଷ୍ଟା ଲାଇଭ ସୋ ଲଞ୍ଚ କଲେ ଦିଆ ମିର୍ଜା

ମୁମ୍ବାଇ: ଲକଡାଉନ ସମୟରେ ଅଭିନେତ୍ରୀ-ନିର୍ମାତା ଦିଆ ମିର୍ଜା ଏକ ନୂତନ ଇନଷ୍ଟାଗ୍ରାମ ଲାଇଭ ସୋ '#ଡାଉନଟୁଅର୍ଥଭିଦି' ଲଞ୍ଚ କରିଛନ୍ତି । ଏହା ଦିୟା ମିର୍ଜାଙ୍କ ଡିଜିଟାଲ ସେସନ । ଏହି ସୋ ରେ ସେଲିବ୍ରିଟିମାନେ ଯୋଗଦେବେ ଯେଉଁମାନେ ପ୍ରକୃତିକୁ ଭଲ ପାଆନ୍ତି ଏବଂ ପ୍ରକୃତି ବିଷୟରେ ଚିନ୍ତା କରନ୍ତି । ଏହି ସୋ ରେ ପ୍ରକୃତି ଉପରେ ଆଲୋଚନା କରାଯାଇଥିଲା । ଇନଷ୍ଟାଗ୍ରାମ ଲାଇଭ ସୋ ରେ ଦିୟାଙ୍କ ପ୍ରଥମ ଅତିଥି ହେଉଛନ୍ତି ଜୋୟା ଅଖତର ଏବଂ ଦ୍ୱିତୀୟ ଅତିଥି ହେଉଛନ୍ତି ଶ୍ରେୟା ଘୋଷାଲ ।

ଇନଷ୍ଟା ଲାଇଭ ସୋ ଲଞ୍ଚ କଲେ ଦିଆ ମିର୍ଜା

ଚଳଚ୍ଚିତ୍ର ନିର୍ମାତା ଜୋୟା ଅଖତରଙ୍କ ସହ ଦିୟାଙ୍କ ପ୍ରଥମ ବାର୍ତ୍ତାଳାପରେ ପ୍ରକୃତି ପ୍ରତି ଥିବା ଭଲପାଇବା ଠାରୁ ଆରମ୍ଭ କରି ଲକଡାଉନ ପର୍ଯ୍ୟନ୍ତ ଅନେକ କଥାବାର୍ତ୍ତା କରିଥିଲେ । ଜୋୟା କହିଥିଲେ ମୁଁ ବନ୍ୟଜନ୍ତୁଙ୍କୁ ବହୁତ​​ ଭଲ ପାଏ । ବନ୍ୟଜନ୍ତୁଙ୍କ ପ୍ରତି ମୋର ବହୁତ​​ ସହାନୁଭୂତି ଅଛି ।

ଇନଷ୍ଟାଗ୍ରାମ ଲାଇଭ ସୋ ରେ ଦିୟାଙ୍କ ଦ୍ୱିତୀୟ ଅତିଥି ଥିଲେ ଗାୟିକା ଶ୍ରେୟା ଘୋଷାଲ । ଶ୍ରେୟାଙ୍କ ବିଷୟରେ ଦିୟା କହିଛନ୍ତି ଯେ, ଶ୍ରେୟା ଜଣେ ଅତି ଚମତ୍କାର କଳାକାର ଏବଂ ତାଙ୍କର କୋକିଳ ସ୍ୱର ଆମ ଜୀବନରେ ବହୁତ ଆନନ୍ଦ ଆଣିଦେଇଥାଏ । ଶ୍ରେୟା ମଧ୍ୟ ବନ୍ୟଜନ୍ତୁଙ୍କ ସହିତ ପ୍ରକୃତିକୁ ବହୁତ​​ ଭଲ ପାଆନ୍ତି ବୋଲି କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details