ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ ଈଶା ଗୁପ୍ତା ଏବେ ଚର୍ଚ୍ଚାରେ । ଏକ ନୂଆ ବିବାଦରେ ଫସିଛନ୍ତି ସେ । ଦିଲ୍ଲୀର ଜଣେ ବ୍ୟବସାୟୀ ତାଙ୍କ ବିରୋଧରେ ମାନହାନି ମାମଲା ଆଣିଛନ୍ତି । ଏହା ପୂର୍ବରୁ ଈଶା ଏହି ଅଭିଯୋଗକାରୀ ବିରୋଧରେ ଯୌନ ଉତ୍ପୀଡନ ଅଭିଯୋଗ ଆଣିଥିଲେ ।
ରିପୋର୍ଟ ଅନୁସାରେ, ଓକିଲ ବିକାଶ ପାହୱାଙ୍କ ସହାୟତାରେ ଆଇପିସି ଧାରା 499 ଓ 500ରେ ଦିଲ୍ଲୀର ସାକେତ କୋର୍ଟରେ ଈଶାଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି । ଅଭିଯୋଗକାରୀଙ୍କ କହିବାନୁସାରେ, ଅଭିନେତ୍ରୀଙ୍କୁ କଡା ଦଣ୍ଡ ଦେବା ସହ ଜୋରିମାନା ଦେବାକୁ ହେବ ।