ଓଡିଶା

odisha

ETV Bharat / sitara

ହୋଲିରେ ଦୀପିକାଙ୍କ ନୂଆ ଇଂନିସ - reading

ଫିଲ୍ମ 'ପଦ୍ମାବତ'ପରେ ଖୁବଶିଘ୍ର ପରଦାକୁ ଫେରୁଛନ୍ତି ଅଭିନେତ୍ରୀ ଦୀପିକା ପାଦୁକୋନ। ପ୍ରଶଂସକମାନେ ଦୀପିକାଙ୍କ ବିବାହ ପରର ପ୍ରଥମ ଫିଲ୍ମ ଦେଖିବାକୁ ବେଶ ଉତ୍ସାହିତ ଥିବାବେଳେ ଏବେ ସେ ଆରମ୍ଭ କରିଛନ୍ତି ମେଘନା ଗୁଲଜାରଙ୍କ ଫିଲ୍ମ 'ଛପାକ'ର ସୁଟିଂ...

ଫାଇଲ ଫଟୋ

By

Published : Mar 22, 2019, 11:05 AM IST


ମୁମ୍ବାଇ: ଦୀର୍ଘଦିନର ବ୍ରେକ ପରେ ଶେଷରେ ଫିଲ୍ମ 'ଛପାକ' ଦ୍ବାରା କମବ୍ୟାକ କରିଛନ୍ତି ଅଭିନେତ୍ରୀ ଦୀପିକା ପାଦୁକୋନ। ଆଉ ସେୟାର କରିଛନ୍ତି ପରଦା ପଛର ସିନ, ଯେଉଁଥିରେ ସେ ସହ ଅଭିନେତାଙ୍କ ସହ ମିଶି ଫିଲ୍ମର କାହାଣା ପଢିବାରେ ବ୍ୟସ୍ତ।

ଫାଇଲ ଫଟୋ

ଦୀପିକା ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଗୋଟିଏ ଫଟୋ ପୋଷ୍ଟ କରି ଶୀର୍ଷରେ ଲେଖିଛନ୍ତି, 'ସୁବ ଜିନିଷ ପ୍ରସ୍ତୁତ, ଯଦି ଆମ ମସ୍ତିସ୍କ ମଧ୍ୟ ପ୍ରସ୍ତୁତ-ୱିଲିୟମ ସେକ୍ସପିୟର'। କେବଳ ଦୀପିକା ନୁହେଁ ଫିଲ୍ମର ନିର୍ଦ୍ଦେଶିକା ମେଘନା ଗୁଲଜାର ମଧ୍ୟ ତାଙ୍କ ଟ୍ବିଟର ଆକାଉଣ୍ଟରେ ଦୁଇଟି ଫଟୋ ପୋଷ୍ଟ କରି ଶୀର୍ଷରେ ଲେଖିଛନ୍ତି, 'ଗୋଟିଏ ଟିମ ଯିଏକି ଏକାଠି ପଢନ୍ତି'। ତେବେ ଗୋଟିଏ ଫଟୋ ଦୀପିକା ଓ ଭିକ୍ରାନ୍ତଙ୍କର ହୋଇଥିବାବେଳେ ଆଉ ଏକ ଫଟୋରେ ମେଘନା ତାଙ୍କ ପିତା ଗୁଲଜାର ଓ ଫିଲ୍ମର ଟିମଙ୍କ ସହ ମିଶି କାହାଣୀକୁ ନେଇ ଆଲୋଚନା କରୁଛନ୍ତି ।

ନିକଟରେ ଏକ ଇଭେଣ୍ଟରେ ଦୀପିକା ଫିଲ୍ମର ସୁଟିଂକୁ ନେଇ ଖୁଲାସା କରିବା ସହ ଗତ ସୋମବାରଠାରୁ ଏହାର ସୁଟିଂ ଆରମ୍ଭ ହୋଇଛି ବୋଲି କହିଛନ୍ତି। ଫିଲ୍ମକୁ ନେଇ ଦୀପିକା କହିଛନ୍ତି, 'ମୁଁ ହୋଲି ଭଳି ପର୍ବରେ ଦିଲ୍ଲୀ ଯାଉଛି ଫିଲ୍ମ ଛପାକର ସୁଟିଂରେ। ଏହା ଗୋଟିଏ ଗୁରୁତ୍ବପୂର୍ଣ୍ଣ ଫିଲ୍ମ ଓ ମୋ ମତରେ ଏହା ଏମିତି ଏକ କାହାଣୀ ଯାହାକି ଆମ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଗର୍ବିତ କରାଇବାରେ ସହାୟକ ହେବ।'

ପ୍ରକାଶ ଥାଉକି, ଫିଲ୍ମ 'ଛପାକ' ଏସିଡ ପିଡୀତା ଲକ୍ଷ୍ମୀ ଅଗ୍ରୱାଲଙ୍କ ଜୀବନକୁ ନେଇ ଆଧାରିତ। ଲକ୍ଷ୍ମୀ 15ବର୍ଷ ବୟସରେ ଏସିଡ ଆଟାକର ଶିକାର ହୋଇଥିଲେ। ପରେ ସର୍ଜରୀ କରାଇ ସେ ଏସିଡ ଆଟାକ ଭଳି ଜଘନ୍ୟ ଅପରାଧକୁ ରୋକିବା ପାଇଁ ବିଭିନ୍ନ ଅଭିଯାନରେ ସାମିଲ ହୋଇଥିଲେ। ଏହାଛଡା ଲକ୍ଷ୍ମୀ ଏବେ ଏସିଡ ଆଟାକର ଜଣେ ପ୍ରଖ୍ୟାତ ଓକିଲ ମଧ୍ୟ।


For All Latest Updates

ABOUT THE AUTHOR

...view details