ଓଡିଶା

odisha

By

Published : Feb 26, 2021, 2:05 PM IST

ETV Bharat / sitara

ଭିଡରେ ଫସିଲେ ଦୀପିକା, ପର୍ସ ଟାଣିଲେ ଫ୍ୟାନ୍ସ

ଭିଡରେ ହଟହଟା ଦୀପିକା । ପ୍ରଥମଥର ତାଙ୍କ ସହ ଘଟିଲା ଅଘଟଣ । ଭିଡରେ ପର୍ସ ଟାଣିଲେ ଫ୍ୟାନ୍ସ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ମୁମ୍ବାଇ: ସବୁବେଳେ ଫ୍ୟାନ୍ସଙ୍କ ସହ ସମ୍ପୃକ୍ତ ରହିବାକୁ ଭଲ ପାଆନ୍ତି ବି-ଟାଉନର ପଦ୍ମାବତୀ ଦୀପିକା ପାଦୁକୋନ । ଯେଉଁଠିକୁ ବି ସେ ଯାଆନ୍ତି ସେଠାରେ ଜମି ଯାଏ ପ୍ରଶଂସକଙ୍କ ଭିଡ । ହେଲେ ଏଥର ଭିଡ ଭିତରେ ଦୀପିକାଙ୍କ ସହ ହୋଇଛି ଏକ ଆଶ୍ଚର୍ଯ୍ୟକର କଥା । ଯାହାକୁ ନେଇ ସମସ୍ତେ ଚକିତ ।

ଭିଡିଓ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ଦେଖିବାକୁ ମିଳୁଛି ଭିଡରେ ଫସି ଯାଇଥିବା ଦୀପିକାଙ୍କ ପର୍ସ ଟାଣିବାକୁ ଚେଷ୍ଟା କରୁଛନ୍ତି କିଛି ଫ୍ୟାନ୍ସ। ଟିସୁ ବିକିବା ବାହାନାରେ ତାଙ୍କୁ ଘେରିଥିଲେ କିଛି ମହିଳା । ଯାହା ଦେଖି ସେଠାରେ ଥିବା ସବୁ ଲୋକ ଆଶ୍ଚର୍ଯ୍ୟ । ଏହାପରେ ତାଙ୍କ ବଡିଗାର୍ଡ ତାଙ୍କୁ ପର୍ସ ଦେଇ ଗାଡିରେ ବସାଉଛନ୍ତି ।

ଯଦି ଦୀପିକାଙ୍କ ଫିଲ୍ମ ବିଷୟରେ କଥା ହେବା ତାହାଲେ ସେ ସ୍ବାମୀ, ଅଭିନେତା ରଣବୀର ସିଂଙ୍କ ସହ ସ୍ପୋର୍ଟ୍ସ ଡ୍ରାମା ଫିଲ୍ମ ‘83’ରେ ନଜର ଆସିବେ । ଏହାବ୍ୟତୀତ ସେ ସିଦ୍ଧାନ୍ତ ଚର୍ତୁବେଦୀ ଓ ଅନନ୍ୟା ପାଣ୍ଡେଙ୍କ ସହ ଖୁବଶୀଘ୍ର ଏକ ଫିଲ୍ମ ନେଇ ଫେରିବେ । ଯାହାର ନିର୍ଦ୍ଦେଶନା କରୁଛନ୍ତି ନିର୍ଦ୍ଦେଶକ ଶକୁନ ବାତ୍ରା ।

ABOUT THE AUTHOR

...view details