ଓଡିଶା

odisha

ETV Bharat / sitara

ପତ୍ନୀଙ୍କ ସହ ସହମତ ରଣଭୀର

ରଣଭୀର ସିଂହ ସବୁବେଳେ ନିଜ ପତ୍ନୀ ଅର୍ଥାତ୍ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ଛୋଟ ଛଟୋ କଥା ପଚାରି କାମ କରିଥାଆନ୍ତି। ରଣଭୀର ପରଫେକ୍ଟ ସ୍ବାମୀ ହେବାକୁ ଚେଷ୍ଟା କରନ୍ତି ବୋଲି କହିଛନ୍ତି ଦୀପିକା।

By

Published : Feb 22, 2019, 3:16 PM IST

ଫଟୋ ସୌଜନ୍ୟ: ଇନାଡୁ ଇଣ୍ଡିଆ

ମୁମ୍ବାଇ: ବଲିଉଡର ସବୁଠାରୁ ରୋମାଣ୍ଟିକ କପଲ ରଣଭୀର ସିଂହ ଓ ଦୀପିକା ପାଦୁକୋନ ଏକାଠି ଯେଉଁଠାକୁ ଯାଆନ୍ତି ସମସ୍ତଙ୍କ ନଜର ତାଙ୍କ ଉପରେ ଅଟକିଯାଇଥାଏ। ବିବାହ ପରେ ପ୍ରଥମଥର ଦୀପିକା ସ୍ବାମୀଙ୍କ ବିଷୟରେ ଏମିତି କିଛି କହିଛନ୍ତି ଯାହା ଫ୍ୟାନ୍ସଙ୍କୁ ଅଜଣା।

ରଣଭୀର ପତ୍ନୀ ଦୀପିକାଙ୍କୁ କେତେ ପ୍ରେମ କରୁଛନ୍ତି ଏକଥା ତ ସମସ୍ତଙ୍କୁ ଜଣା। କିନ୍ତୁ ଏହା କାହାକୁ ଜଣାନାହିଁ କି ସେ ବିବାହ ପରେ ଭଲ ସ୍ବାମୀ ହେବା କର୍ତ୍ତବ୍ୟ ମଧ୍ୟ ପାଳନ କରୁଛନ୍ତି। ସେ ଜଣେ ଭଲ ହ୍ୟାଜବ୍ୟାଣ୍ଡ ପରି ନିଜର ଛୋଟ ଛୋଟ ନିଷ୍ପତ୍ତି ଦୀପିକାଙ୍କୁ ପଚାରି ନେଇଥାଆନ୍ତି।

ନିକଟରେ ଦୁଇଜଣ ଫେମିନା ବ୍ୟୁଟି ଆୱାର୍ଡସ 2019ରେ ଏକାଠି ପହଞ୍ଚିଥିଲେ । ଷ୍ଟେଜରେ ରଣଭୀରଙ୍କୁ ଦୁଇଜଣଙ୍କ ପ୍ରଥମ ସାକ୍ଷାତ ବିଷୟରେ ପ୍ରଶ୍ନ କରାଯାଇଥିଲା। ଏହାର ଉତ୍ତରରେ ରଣଭୀର ଦୀପିକାଙ୍କୁ କିପରି ଦେଖିଥିଲେ ଏବଂ ଗୋଟିଏ ସାକ୍ଷାତରେ ତାଙ୍କ ଉପରେ ଫିଦା ହୋଇଯାଇଥିବା କାହାଣୀ ସମସ୍ତଙ୍କୁ ଶୁଣାଇ ଥିଲେ।

ଏହାପରେ ଦୀପିକାଙ୍କ ସହ ରଣଭୀରଙ୍କୁ ନେଇ ସବୁଠାରୁ ଚର୍ଚ୍ଚିତ ଟପିକ ବିଷୟରେ ଆଲୋଚନା କରାଯାଇଥିଲା। କଥାଟି ହେଲା କି ରଣଭୀରଙ୍କ ଫ୍ୟାଶନ ସେନ୍ସ। ଯାହା ଉପରେ ଦୀପିକା କହିଥିଲେ କି ରଣଭୀର ବାହାରକୁ ଯିବା ପୂର୍ବରୁ ତାଙ୍କୁ ଅନେକ ଆଉଟଫିଟର ଫଟୋ ପଠାଆନ୍ତି। ପରେ ଦୀପିକା ତାଙ୍କୁ କଣ ପିନ୍ଧିବେ ତାହା କହିଥାଆନ୍ତି। ପତ୍ନୀଙ୍କ ପସନ୍ଦୀୟ ଆଉଟଫିଟ୍ ପିନ୍ଧି ରଣଭୀର ବାହାରକୁ ଯାଇଥାଆନ୍ତି।

ସେମିତି ଦେଖିବାକୁ ଗଲେ ରଣଭୀରଙ୍କ କପଡାକୁ ନେଇ ସବୁବେଳେ ଚର୍ଚ୍ଚା ହେଉଥାଏ । ନିକଟରେ ରଣଭୀରଙ୍କୁ ନେଇ ସୋସିଆଳ ମିଡିଆରେ ଅନେକ ମିମି ମଧ୍ୟ ଭାଇରାଲ ହୋଇଥିଲା। ଯେଉଁଥିରେ ଦେଖିବାକୁ ମିଳିଥିଲା କି ରଣଭୀରଙ୍କ ସହ କାମ କରିବା ପରେ ସାରା ଅଲ୍ଲୀ ଖାନ ଏବଂ ଆଲିୟା ଭଟ୍ଟଙ୍କ ଡ୍ରେସିଂ ସେନ୍ସ ତାଙ୍କ ପରି ହୋଇଯାଇଛି।

ABOUT THE AUTHOR

...view details