ଓଡିଶା

odisha

ETV Bharat / sitara

ଭାଇରାଲ ହେଉଛି ଦୀପିକାଙ୍କ ଲିପ-ଲକ୍

ଖୁବ୍ ଶୀଘ୍ର ଦୀପିକା ପାଦୁକୋନ ଓ ବିକ୍ରାନ୍ତ ମାସୈ ଏକାଠି ଫିଲ୍ମ 'ଛପାକ'ରେ ନଜର ଆସିବେ । ଯାହାର ସୁଟିଂରେ ଖୁବ୍ ବ୍ୟସ୍ତ ଅଛନ୍ତି ଏହି ଦୁଇ ଷ୍ଟାର୍ସ । ଇତି ମଧ୍ୟରେ ଭାଇରାଲ ହୋଇଛି ଦୁଇ ଜଣଙ୍କ କିସିଂ ଫଟୋ ।

By

Published : Apr 22, 2019, 10:29 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ଦୀପିକା ପାଦୁକୋନ

ହାଇଦ୍ରାବାଦ: ଯେବେଠାରୁ ବି-ଟାଉନ ଅଭିନେତ୍ରୀ ଦୀପିକା ପାଦୁକୋନ ଓ ବିକ୍ରାନ୍ତ ମାସୈ ନୂଆଦିଲ୍ଲୀ ଠାରେ ଆଗାମୀ ଫିଲ୍ମ 'ଛପାକ'ର ସୁଟିଂ ଆରମ୍ଭ କରିଛନ୍ତି, ସେବେଠାରୁ ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ନାହିଁନଥିବା ଉତ୍ସାହ। ଫିଲ୍ମ ସେଟରୁ ଉଭୟଙ୍କର ଅନେକ ଫଟୋ ଓ ଭିଡିଓ ଭାଇରାଲ ହେଉଥିବାବେଳେ ଏବେ ଫିଲ୍ମର ଗୋଟିଏ କିସିଂ ସିନକୁ ନେଇ ଇଣ୍ଡଷ୍ଟ୍ରି ତଥା ପ୍ରଶଂସକ ମହଲ ସରଗରମ ।

କିଛିଦିନ ପୂର୍ବରୁ ସହ କଳାକାର ବିକ୍ରାନ୍ତଙ୍କ ସହ ନୂଆଦିଲ୍ଲୀରେ ଦୀପିକା ସୁଟିଂ କରି ଫେରିଛନ୍ତି ମୁମ୍ବାଇ । ସୁଟିଂ ସେଟରୁ ଦୀପିକାଙ୍କ ଲୁକର ବିଭିନ୍ନ ଫଟୋ ଭାଇରାଲ ହୋଇଥିବା ବେଳେ ନିକଟରେ ତାଙ୍କର ସ୍କୁଲ ଝିଅ ଲୁକ ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା । କିନ୍ତୁ ଏବେ ଛାତ ଉପରେ ଦୀପିକାଙ୍କ ଲିପ-ଲକ୍ ଭିଡିଓ ଦେଖି ଦର୍ଶକଙ୍କୁ ଫିଲ୍ମ ଦେଖିବା ଉତ୍ସାହ ଦ୍ବି-ଗୁଣ ହୋଇଯାଇଛି । ତେବେ ଫିଲ୍ମ 'ଛପାକ', ମେଘନା ଗୁଲଜାରଙ୍କ ଦ୍ବାରା ନିର୍ଦ୍ଦେଶିତ ଓ ଏହା ଏସିଡ ପୀଡିତା ଲକ୍ଷ୍ମୀ ଅଗ୍ରୱାଲଙ୍କ ଜୀବନକୁ ନେଇ ଆଧାରିତ ହୋଇଛି ।

ଦୀପିକା ଶେଷଥର ପାଇଁ ନିର୍ମାତା ସଞ୍ଜୟ ଲୀଲା ଭଂସାଲୀଙ୍କ ଫିଲ୍ମ 'ପଦ୍ମାବତ'ରେ ରାଣୀ ପଦ୍ମାବତୀଙ୍କ ଭୂମିକାରେ ନଜର ଆସିଥିଲେ । ଫିଲ୍ମଟି ଗତବର୍ଷ ଜାନୁୟାରୀ ମାସରେ ରିଲିଜ ହୋଇଥିବାବେଳେ ତାଙ୍କ ସହ ନଜର ଆସିଥିଲେ ରଣବୀର ସିଂହ ଓ ଶାହିଦ କପୁର । ପ୍ରକାଶ ଥାଉକି, ଫିଲ୍ମଟି 300 କୋଟିରୁ ଉର୍ଦ୍ଧ୍ବ ବ୍ୟବସାୟ କରିଥିବାବେଳେ ଦୀପିକା ବି ବଢାଇଥିଲେ ନିଜ ପାରିଶ୍ରମିକ । ତେବେ ଦୀପିକାଙ୍କ ଏହି ଆଗାମୀ ଫିଲ୍ମ 2020 ଜାନୁୟାରୀ 10ତାରିଖରେ ରିଲିଜ ହେବାକୁ ଯାଉଥିବାବେଳେ ଏହା ବିବାହ ପରେ ତାଙ୍କର ପ୍ରଥମ ଫିଲ୍ମ ହେବ।

For All Latest Updates

ABOUT THE AUTHOR

...view details