ଓଡିଶା

odisha

ETV Bharat / sitara

ଡିପ୍ରେସନ ପ୍ରସଙ୍ଗରେ ନୂଆକଥା କହିଲେ ଦୀପିକା - ପପୁଲାର ଅଭିନେତ୍ରୀ ଦୀପିକା ପାଦୁକୋନ

2015ରୁ ‘ଲିଭ ଲଭ ଲାଫ’ ଫାଉଣ୍ଡେଶନ ସହ ସମ୍ପୃକ୍ତ ହେଉଆସୁଛନ୍ତି ଦୀପିକା ପାଦୁକୋନ । ପ୍ରାୟ ସବୁବେଳେ ମାନସିକ ଚିନ୍ତା, ଅବସାଦକୁ ନେଇ ଜନସାଧାରଣଙ୍କୁ ସଚେତନ ମଧ୍ୟ କରୁଛନ୍ତି ସେ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଦୀପିକା ପାଦୁକୋନ

By

Published : Sep 17, 2019, 10:44 PM IST

ମୁମ୍ବାଇ: ପପୁଲାର ଅଭିନେତ୍ରୀ ଦୀପିକା ପାଦୁକୋନ ସେହି ଅଭିନେତ୍ରୀଙ୍କ ମଧ୍ୟରୁ ଅନ୍ୟତମ ଯିଏ ସାମାଜିକ ପ୍ରସଙ୍ଗରେ ଖୁଲମଖୁଲା ନିଜ ପ୍ରତିକ୍ରିୟା ରଖୁଥିବାର ନଜର ଆସିନ୍ତି । ଏବେ ପୁଣିଥରେ ଦୀପିକା ଡିପ୍ରେସନ ବିରୋଧ ପ୍ରସଙ୍ଗରେ ସାମିଲ ହେଉଥିବାର ଦେଖାଯାଉଛନ୍ତି । ତାଙ୍କ ଅନୁଯାୟୀ ମାନସିକ ସ୍ବାସ୍ଥ୍ୟକୁ ନେଇ ଅଧିକ ସଚେତନ ହେବାର ଆବଶ୍ୟକ ଅଛି ।

ସେ ଦିଲ୍ଲୀରେ ଆୟୋଜିତ ‘ଲିଭ ଲଭ ଲାଫ’ର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଡିପ୍ରେସନ ବିଷୟରେ ଅନେକ କଥା କହିଥିଲେ । ଖାଲି ଏତିକି ନୁହେଁ ସେ 2015ରେ ଡିପ୍ରେସନ ଦେଇ ଗତି କରିସାରିଛନ୍ତି ତାହାନେଇ ମଧ୍ୟ ଦର୍ଶକଙ୍କୁ ଜଣାଇଥିଲେ । ଡିପ୍ରେସନ ଏବେ ଏକ ସାଧାରଣ ସମସ୍ୟା ହୋଇଗଲାଣି । ଏବେ ଲୋକେ ଏହା ଉପରେ ଖୁଲମଖୁଲା କଥାବାର୍ତ୍ତା କରୁଛନ୍ତି । କିନ୍ତୁ ଚାରି ବର୍ଷ ପୂର୍ବେ ଏପରି କିଛି ନଥିଲା । ଡିପ୍ରେସନକୁ ଲୋକ ବଡ ରୋଗ ମାନୁଥିଲେ ।

ମାନସିକ ସ୍ୟାସ୍ଥ୍ୟକୁ ନେଇ ଅଧିକ ସଚେତନ ହେବାର ଆବଶ୍ୟକ ଅଛି । ଏହି ସମସ୍ୟା ଦୂର କରିବା ପାଇଁ ଅନେକ କାମ କରିବାକୁ ପଡିବ । ଡିପ୍ରେସନ ବିଷୟରେ ସବୁବେଳେ ଚର୍ଚ୍ଚା ହେବା କଥା । ଯାହାଦ୍ବାରା ଧିରେ ଧିରେ ଜନସାଧାରଣ ନିଜ ମାନସିକ ସମସ୍ୟା ବିଷୟରେ ପରିବାର, ବନ୍ଧୁବାନ୍ଧବକୁ ସହଜରେ କହିପାରିବେ ବୋଲି କହିଥିଲେ ଦୀପିକା ।

ପ୍ରକାଶ ଥାଉକି ଡିପ୍ରେସନକୁ ଦୂର କରିବା ପାଇଁ ଦୀପିକା 2015ରେ ‘ଦ ଲିଭ ଲଭ ଲାଫ’ ଫାଉଣ୍ଡେଶନର ସ୍ଥାପନା କରିଥିଲେ । ଏହି ଫାଉଣ୍ଡେସନ ଚିନ୍ତା, ଏବଂ ଅବସାଦ ବିଷୟରେ ସଚେତନତା ସୃଷ୍ଟି କରିବା କାର୍ଯ୍ୟ କରୁଛି ।

ABOUT THE AUTHOR

...view details