ଓଡିଶା

odisha

By

Published : Jun 5, 2019, 1:24 PM IST

ETV Bharat / sitara

ପରଲୋକରେ ପଦ୍ମଶ୍ରୀ ଦିନୟାର କଣ୍ଟ୍ରାକ୍ଟର

79 ବର୍ଷରେ କମେଡିଆନ ତଥା ପଦ୍ମଶ୍ରୀ ସମ୍ମାନ ପାଇଥିବା ଅଭିନେତା ଦିନୟାର କଣ୍ଟ୍ରାକ୍ଟରଙ୍କ ପରଲୋକ। ମୁମ୍ବାଇରେ ବାର୍ଦ୍ଧକ୍ୟ କାରଣରୁ ଦିନୟାରଙ୍କ ମୃତ୍ୟୁ ହୋଇଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ହାଇଦ୍ରାବାଦ: ପ୍ରସିଦ୍ଧ କମେଡିଆନ ତଥା ଅଭିନେତା ପଦ୍ମଶ୍ରୀ ଦିନୟାର କଣ୍ଟ୍ରାକ୍ଟରଙ୍କ 79 ବର୍ଷ ବୟସରେ ନିଧନ ହୋଇଛି । ଦୀର୍ଘଦିନରୁ ଅସୁସ୍ଥ ଥିବା ଦିନୟାର ଆଜି(6 ଜୁନ) ସକାଳେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ତେବେ ଆଜି(6 ଜୁନ) ଦ୍ବିପହର ସାଢେ ତିନିଟାରେ ଅନ୍ତିମ ସଂସ୍କାର କରାଯିବ ।

ଫଟୋ ସୌଜନ୍ୟ: ଟ୍ବିଟର/Narendra Modi ‏

ତେବେ ତାଙ୍କ ନିଧନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିଛନ୍ତି । ତେବେ ଦିନୟାର ନିଜ କମେଡି ଜରିଆରେ ସମସ୍ତଙ୍କୁ ଖୁସି ବାଣ୍ଟିପାରୁଥିଲେ । ଥିଏଟର ହେଉ କିମ୍ବା ସିନେମା ସବୁଠି ସେ ନିଜର ଜାଦୁ ଦେଖାଇଛନ୍ତି ବୋଲି ଟ୍ବିଟ କରି କହିଛନ୍ତି ମୋଦି ।

ABOUT THE AUTHOR

...view details