ଓଡିଶା

odisha

ETV Bharat / sitara

ରିଲିଜ ହେଲା 'ଦେ ଦେ ପ୍ୟାର ଦେ'ର ଫାଷ୍ଟ ଟ୍ରାକ

ଅଜୟ ଦେବଗନଙ୍କ କମେଡି ଫିଲ୍ମ 'ଦେ ଦେ ପ୍ୟାର ଦେ' ଫିଲ୍ମର ପ୍ରଥମ ଟ୍ରାକ ଗୀତ ରିଲିଜ ହୋଇଯାଇଛି । ଯେଉଁଥିରେ ରକୁଲ ପ୍ରୀତ ସିଂହଙ୍କ ଜବରଦସ୍ତ ଡାନ୍ସ ଦେଖିବାକୁ ମିଳିଛି । ଏହା ଏକ ୱେଡିଂ ପାର୍ଟି ସଙ୍ଗ ।

By

Published : Apr 12, 2019, 11:45 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ଅଜୟ ଦେବଗନ

ନୂଆଦିଲ୍ଲୀ: ଅଜୟ ଦେବଗନ, ତବ୍ବୁ ଓ ରକୁଲ ପ୍ରୀତ ସିଂହଙ୍କ କମେଡି ଫିଲ୍ମ 'ଦେ ଦେ ପ୍ୟାର ଦେ'ର ଟ୍ରେଲର କିଛି ଦିନ ପୂର୍ବରୁ ରିଲିଜ ହୋଇଥିଲା । ଯାହାକୁ ଦର୍ଶକ ଖୁବ୍ ପସନ୍ଦ ମଧ୍ୟ କରିଥିଲେ । ଇତିମଧ୍ୟରେ ରିଲିଜ ହୋଇଯାଇଛି ଫିଲ୍ମର ପ୍ରଥମ ଟ୍ରାକ । ଏହି ମସ୍ତିଭରା ୱେଡିଂ ସଙ୍ଗ 'ୱଡ୍ଡୀ ଶରାବନ'ରେ ରକୁଲ ପ୍ରୀତଙ୍କ ଜବରଦସ୍ତ ଡାନ୍ସ ଦେଖିବାକୁ ମିଳିଛି । ଅନ୍ୟପଟେ ରକୁଲଙ୍କ ସବୁ ଅଦାରେ ଫିଦା ନଜର ଆସୁଛନ୍ତି ଅଜୟ । ଗୀତର ଶବ୍ଦ ଯେତେ ଶାନଦାର ହୋଇଛି ଭିଡିଓ ମଧ୍ୟ ସେହିପରି ଶାନଦାର ହୋଇଛି ।

ଏହି ଗୀତଟି ଲଭ ରଞ୍ଜନଙ୍କ ପୂର୍ବରୁ ଫିଲ୍ମ 'ସୋନି କୀ ଟୀଟୁ କୀ ସ୍ବୀଟି'ର ପାର୍ଟି ସଙ୍ଗର ସ୍ମରଣ କରାଇଛି । କାରଣ ପୂର୍ବ ଗୀତରେ ଅଭିନେତ୍ରୀ ନୁସରତ ନିଜ ଶରାବୀ ଅନ୍ଦାଜର ଯାଦୁ ଚଲାଇଥିଲେ । ସେହି ପରି ଏଥର ମଧ୍ୟ ରକୁଲ ପ୍ରୀତ ପେଗ ଉପରେ ପେଗ ଲଗାଇଥିବା ଦେଖାଯାଇଛନ୍ତି । ତେଣୁ ଏଥିପାଇଁ ସମସ୍ତେ ରକୁଲଙ୍କୁ 'ୱଡ୍ଡୀ ଶରବାନ' କହୁଛନ୍ତି ।

ଗୀତଟିକୁ ପପୁଲାର ଗାୟିକା ସୁନିଧି ଚୌହାନ ଓ ନବରାଜ ହଂସ ଗାଇଥିବା ବେଳେ ସଙ୍ଗୀତ ଏଥିରେ ବିପିନ ପଟୱା ଦେଇଛନ୍ତି । ଏହାର ମ୍ୟୁଜିକ ପ୍ରଡ୍ୟୁସର ଆଦିତ୍ୟ ଦେବ ଏବଂ ଗୌରବ ୱାସୱାନୀ କରିଛନ୍ତି । ଅନ୍ୟପଟେ ଗୀତଟିକୁ କୁମାର ଲେଖଛନ୍ତି ଏବଂ ଟି-ସିରିଜ କମ୍ପାନୀ ଲେଭଲ ଲଞ୍ଚ କରିଛି ।

ଫିଲ୍ମଟି ଆସନ୍ତା ମାସ 17ରେ ରିଲିଜ ହେବାକୁ ଯାଉଛି । ଏଥିରେ ଅଜୟ ନିଜ ଠାରୁ ଦଇଗୁଣ ସାନ ଝିଅ ପ୍ରେମରେ ଦିୱାନା ଥିବାର ଦେଖିବାକୁ ମିଳିବ ।

ABOUT THE AUTHOR

...view details