ଓଡିଶା

odisha

ETV Bharat / sitara

ବଲିଉଡରେ କପୁର ଖାନଦାନର ଆଉ ଜଣେ ଝିଅ

ବଲିଉଡରେ ଆଉ ଏକ ନୂଆ ନିର୍ଦ୍ଦେଶିକାଙ୍କର ଏଣ୍ଟ୍ରି। କପୁର ଖାନଦାରନ ଲାଡଲୀ ଅର୍ଥାତ୍ ଅଭନେତା ସଞ୍ଜୟ କପୁର ଓ ମହୀପ୍ କପୁରଙ୍କ ଝିଅ ସନାୟା କପୁର। ବର୍ତ୍ତମାନ ସେ ଫିଲ୍ମର ସୁଟିଂ ଆରମ୍ଭ କରିଦେଇଛନ୍ତି।

By

Published : Feb 20, 2019, 3:40 PM IST

ଫଟୋ ସୌଜନ୍ୟ: ଇନାଡୁ ଇଣ୍ଡିଆ

ମୁମ୍ବାଇ: ବଲିଉଡରେ ଡେବ୍ୟୁ କରିଛନ୍ତି କପୁର ଖାନଦାନର ଆଉ ଜଣେ ଝିଅ । ଆମେ ଏଠାରେ କଥା ହେଉଛୁ ଅଭିନେତା ସଞ୍ଜୟ କପୁର ଓ ମହୀପ କପୁରଙ୍କ ଝିଅ ସନାୟାଙ୍କ ବିଷୟରେ । ସେ ବଲିଉଡରେ ଅଭିନୟ ନୁହେଁ ନିର୍ଦ୍ଦେଶନାରେ ଡେବ୍ୟୁ କରିଛନ୍ତି। ସଞ୍ଜୟ ଓ ମହୀପ ଦୁଇଜଣ ଝିଅକୁ ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଇଛନ୍ତି।

ସନାୟା ଏହି ସମୟରେ ଲକ୍ଷ୍ନୌରେ ନିଜ ଫିଲ୍ମର ସୁଟିଂରେ ବ୍ୟସ୍ତ ଅଛନ୍ତି । ଜଣାଇ ଦେଉଛୁ ଯେ କପୁର ଖାନଦାନରୁ ଅଭିନେତ୍ରୀ ସୋନମ କପୁର ଓ ଜାହ୍ନବୀ କପୁର ବଲିଉଡରେ ବର୍ତ୍ତମାନ ସଫଳ ଅଭିନେତ୍ରୀରେ ସାମିଲ ହୋଇସାରିଛନ୍ତି।

ମହୀପ ସୋସିଆଲ ମିଡିଆରେ ସନାୟାଙ୍କ ସହ ଏକ ଫଟୋ ସେୟାର କରି ଲେଖିଛନ୍ତି, "My baby's gone to Lucknow for 2 weeks. MissYouAlready."

ପିତା ସଞ୍ଜୟ ଝିଅ ସନାୟାଙ୍କ ଡେବ୍ୟୁ ବିଷୟରେ କହିଥିଲେ କି ସେ ବଲିଉଡରେ ଏଣ୍ଟ୍ରି କରିବାକୁ ଚାହୁଁଛନ୍ତି। ଏଥିପାଇଁ ସେ ଖୁବ୍ ପରିଶ୍ରମ ମଧ୍ୟ କରୁଛନ୍ତି। ସେ ଜାଣିନାହାଁନ୍ତି ସନାୟା କେବେ ଡେବ୍ୟୁ କରିବେ।ଯଦି ସନାୟାଙ୍କ କଥା ହେବା, ତେବେ ପ୍ରଥମେ ସେ ନିର୍ଦ୍ଦେଶନାରେ ନିଜ ଭାଗ୍ୟ ପରୀକ୍ଷା କରିବେ ତା'ପରେ ଅଭିନୟରେ। ତେଣୁ ଏଥି ନିମନ୍ତେ ସେ ପ୍ରଥମେ ଅଭିନୟରେ ନୁହେଁ ନିର୍ଦ୍ଦେଶନାରେ ପାଦ ଥାପିଛନ୍ତି। କେବଳ ସନାୟା ନୁହେଁ ତାଙ୍କ ସମ୍ପର୍କୀୟ ଭାଇ, ଭାଉଣୀ ଅର୍ଜୁନ କପୁର ଓ ସୋନମ ମଧ୍ୟ ଅଭିନୟ ପୂର୍ବରୁ ନିର୍ଦ୍ଦେଶନା ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ।

For All Latest Updates

ABOUT THE AUTHOR

...view details