ମୁମ୍ବାଇ:ନିଜ ଦମଦାର ଡ୍ୟାନ୍ସ, କମେଡ଼ି ଓ ଡ୍ୟାନ୍ସ ଶୋ'ରେ ଉପସ୍ଥାପନା ପାଇଁ ବେଶ ଜଣାଶୁଣା ଯୁବ ସେଲିବ୍ରିଟି ରାଘବ ଜୁୟାଲ । କିନ୍ତୁ ସେହି ମଜାଳିଆ ଢଙ୍ଗରେ ଉପସ୍ଥାପନା ପାଇଁ ବର୍ତ୍ତମାନ ବିବାଦରେ ଛନ୍ଦି ହୋଇପଡ଼ିଛନ୍ତି ସେ । ତାଙ୍କୁ ସୋସିଆଲ ମିଡ଼ିଆରେ ଟ୍ରୋଲ କରିବାରେ ଲାଗିଛନ୍ତି ନେଟିଜେନ୍ସ । ତେବେ ସେ ଆସାମର ଜଣେ ପ୍ରତିଯୋଗୀଙ୍କୁ ଚାଇନିଜ୍ କହି ପରିଚିତ କରାଇଥିବାରୁ ତାଙ୍କୁ ଟ୍ରୋଲ କରାଯାଇଛି । ସେପଟେ ମାତ୍ର ୩୦ ସେକେଣ୍ଡର ଭିଡ଼ିଓ କ୍ଲିପକୁ ଦେଖି ଏପରି ମତ ନ ରଖିବାକୁ ଦର୍ଶକଙ୍କୁ ଅନୁରୋଧ କରିଛନ୍ତି ରାଘବ ।
ରାଘବଙ୍କ ଏହି କମେଣ୍ଟକୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ବଶର୍ମା ମଧ୍ୟ ରାଘବଙ୍କୁ ନିନ୍ଦା କରିଛନ୍ତି । ଏହା ଅତ୍ୟନ୍ତ ଲଜ୍ଜାଜନକ ବିଷୟ ବୋଲି ସେ କହିବା ସହିତ ଜାତିପ୍ରଥାରେ ଭେଦଭାବ କରୁଥିବା ଲୋକ ପ୍ରତି ଦେଶରେ କୌଣସି ସ୍ଥାନ ନାହିଁ ବୋଲି ସେ କହିଛନ୍ତି । ଭାଇରାଲ ହେଉଥିବା ଭିଡ଼ିଓ କ୍ଲିପଟି 'Dance Deewane' ଶୋ'ର ଥିବା ବେଳେ ଏଥିରେ ରାଘବ ଉପସ୍ଥାପକ ଭାବେ କାର୍ଯ୍ୟ କରୁଛନ୍ତି ।
କ'ଣ ଥିଲା ଘଟଣା ?
ଏହି ଶୋ'ରେ ରାଘବ ଜୁୟଲ ଆସାମର ଜଣେ ଶିଶୁ ପ୍ରତିଯୋଗୀଙ୍କୁ 'Chinese', 'momo' ଓ 'chowmein' ବୋଲି ସମ୍ବୋଧନ କରି ତାଙ୍କୁ ଷ୍ଟେଜକୁ ଡାକିଥିଲେ । ଏହି ସମୟରେ ସେ ମଜାଳିଆ ଢଙ୍ଗରେ କିଛି କହିବାରୁ ଜଜ୍ମାନେ ମଧ୍ୟ ଖୁବ ଜୋରରେ ହସିଥିଲେ । ତେବେ ସେ ଜଣେ ଆସାମ ପ୍ରତିଯୋଗୀଙ୍କୁ କାହିଁକି ଚାଇନିଜ ବୋଲି କହିଛନ୍ତି, ସେଥିଲାଗି ତାଙ୍କୁ ଟ୍ରୋଲ କରାଯାଉଛି । ସେ ଜାତିପ୍ରଥା ବିରୋଧରେ କହିଛନ୍ତି ବୋଲି ମଧ୍ୟ କହିଛନ୍ତି । ଏହି ଭାଇରାଲ ଭିଡ଼ିଓ କ୍ଲିପ ଆଧାରରେ ଶୋ'ର ଜଜ୍ଙ୍କଠୁ ଆରମ୍ଭ କରି ରାଘବଙ୍କୁ ଟ୍ରୋଲ କରାଯାଉଛି ।