ଓଡିଶା

odisha

By

Published : Nov 4, 2020, 2:18 PM IST

ETV Bharat / sitara

ବଲିଉଡ ଡ୍ରଗ୍ସ ମାମଲା: ଏନସିବି ଅଫିସରେ ଦୀପିକାଙ୍କ ମ୍ୟାନେଜର

ଅନେକ ଦିନ ଫେରାର ରହିବା ପରେ ସାମ୍ନାକୁ ଆସିଲେ କରିସ୍ମା ପ୍ରକାଶ । ପୁଣି ରେକର୍ଡ ହେବ ତାଙ୍କ ବୟାନ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ମ୍ୟାନେଜର କରିସ୍ମା ପ୍ରକାଶ ବୁଧବାର ଏନସିବି ଅଫିସରେ ପହଞ୍ଚିଛନ୍ତି । ସୁଶାନ୍ତ ସିଂ ରାଜପୁତଙ୍କ ମାମଲାରେ ସମ୍ପୃକ୍ତ ଥିବା ଡ୍ରଗ୍ସ କନେକ୍ସ ବିଷୟରେ ପଚରାଉଚରା ପାଇଁ ଦ୍ବିତୀୟ ଥର ତାଙ୍କୁ ଡକାଇଛି ଏନସିବି । ସେହିପରି ନିକଟରେ ପ୍ରଥମ ବୟାନ ପରେ ସେ ଫେରାର ହୋଇଥିବା ଖବର ଚର୍ଚ୍ଚାର ବିଷୟ ପାଲଟିଥିଲା । କିଛି ଦିନ ଗାୟବ ରହିବା ପରେ ପୁଣି ବୟାନ ଦେବାକୁ ସାମ୍ନାକୁ ଆସିଛନ୍ତି ।

ନିକଟରେ ଏନସିବି ଚଢାଉ ବେଳେ କରିସ୍ମାଙ୍କ ଘରୁ 1.8 ଗ୍ରାମ ଓଜନର ହାଶିଶ ଉଦ୍ଧାର କରାଯାଇଥିଲା । ସେହିପରି କେସ ନଂ 15/20 ଆଧାରରେ କରିସ୍ମା ଓ ଦୀପିକାଙ୍କୁ ମୁହାଁମୁହିଁ ପ୍ରଶ୍ନ କରିଥିଲା ଏନସିବି । ଯେଉଁଥିରେ ସେଲିବ୍ରିଟିଙ୍କ ଚାଟ ବିଷୟରେ ଜଣାପଡିଥିଲା ।

ହେଲେ ନିଜ ଚାଟ ବିଷୟରେ କିଛି ମିଛ ବୟାନ ଦେଇଥିଲେ କରିସ୍ମା ବୋଲି ସୂତ୍ରରୁ ଜଣାପଡିଛି । ପ୍ରକାଶ ଥାଉକି ଏହି ମାମଲାରେ ଏଯାବତ ଅନେକ ସେଲିବ୍ରିଟିଙ୍କ ବୟାନ ରେକର୍ଡ ହୋଇସାରିଲାଣି । ଏହି କ୍ରମରେ ସାମିଲ ଅଛନ୍ତି ରକୁଲ ପ୍ରୀତ ସିଂ, ଶ୍ରଦ୍ଧା କପୁର, ସାରା ଅଲ୍ଲୀ ଖାନ ଭଳି ଅଭିନେତ୍ରୀ ।

ABOUT THE AUTHOR

...view details