ଓଡିଶା

odisha

ETV Bharat / sitara

ସୁଶାନ୍ତଙ୍କ ମୃତ୍ୟୁରେ କ୍ରିକେଟର ରବିନଙ୍କ ବଡ ବୟାନ

ସାମ୍ନାକୁ ଆସିଲା କ୍ରିକେଟର ରବିନ ଉଥପ୍ପାଙ୍କ ପ୍ରତିକ୍ରିୟା । ଡ୍ରିପେସନ ବିଷୟରେ ଅନ୍ୟଙ୍କ ସହ ଆଲୋଚନା କରିବାର ଆବଶ୍ୟକ ଅଛି ବୋଲି କହିଲେ ସେ । ଏହାସହ ସୁଶାନ୍ତଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳୀ ।

By

Published : Jun 15, 2020, 5:39 PM IST

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ଫେମସ ଆକ୍ଟର ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଭାରତୀୟ କ୍ରିକେଟର ରବିନ ଉଥପ୍ପା । ଏହାସହ ସେ ନିଜର ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି । ସେ କହିଛନ୍ତି ଯଦି ଆପଣ ଠିକ୍ ନାହାଁନ୍ତି ତେବେ ଏହା ଖରାପ କଥା ନୁହେଁ । ଆମ ଭିତରେ କଣ ଚାଲିଛି ଏହା ଆଲୋଚନା କରିବା ନିହାତି ଆବଶ୍ୟକ ।

ସେ ଟ୍ବିଟ କରି ଲେଖିଛନ୍ତି, ‘ବିଶ୍ବାସ ହେଉନାହିଁ । ଆପଣ ଯେଉଁ ଯନ୍ତ୍ରଣା ଦେଇ ଗତି କରିଛନ୍ତି ତାହା ଖୁବ୍ କଷ୍ଟଦାୟକ ଥିବ । ମୋର ପ୍ରାର୍ଥନା ତୁମ ପରିବାର ଏବଂ ବନ୍ଧୁବାନ୍ଧବଙ୍କ ସହ ଅଛି । ଭଗବାନ ତୁମ ଆତ୍ମାକୁ ଶାନ୍ତି ଦିଅନ୍ତୁ ।’

ରବିବାର ଦିନ ମୁମ୍ବାଇ ସ୍ଥିତ ବାନ୍ଦ୍ରା ଘରେ ଫାଶୀ ଲଗାଇ ସୁଶାନ୍ତ ଆତ୍ମହତ୍ୟା କରିଛନ୍ତି । ପୋଲିସ ଏ ସମ୍ପର୍କରେ ସୂଚନା ଦେଇଥିଲା । ତାଙ୍କ ମୃତ୍ୟୁର କାରଣ ଡିପ୍ରେସନ ବୋଲି ଶୁଣିବାକୁ ମିଳୁଛି । ସେପଟେ ପୋଷ୍ଟମର୍ଟମ ରିପୋର୍ଟରେ ସ୍ପଷ୍ଟ ହୋଇଛି ତାଙ୍କ ଆତ୍ମହତ୍ୟା ବୋଲି ।

ପ୍ରକାଶ ଥାଉକି 2007 ଟି-20 ବିଶ୍ବକପ ବିଜୟର ଅଂଶ ସାଜିଥିବା ଉଥପ୍ପା କିଛି ଦିନ ପୂର୍ବରୁ ନିଜ ଡିପ୍ରେସନର ଖୁଲାସା କରିଥିଲେ । ସେ ମଧ୍ୟ ମାନସିକ ଚିନ୍ତାଗ୍ରସ୍ତ ରହିସାରିଛନ୍ତି । ଖାଲି ଏତିକି ନୁହେଁ ତାଙ୍କ ମନରେ ମଧ୍ୟ ଆତ୍ମହତ୍ୟା କଥା ଅନେକଥର ଆସିଥିଲା । ହେଲେ ଡିପ୍ରେସନ ସହ ସେ ଧିରେ ଧିରେ ଲଢିବା ଶିଖିଯାଇଥିଲେ ।

ABOUT THE AUTHOR

...view details