ଓଡିଶା

odisha

ETV Bharat / sitara

କୋରୋନା ଭାଇରସ ଭୟ: ସ୍ବାମୀଙ୍କଠୁ ଅଲଗା ରହୁଛନ୍ତି ଶବାନା

ସୋସିଆଲ ମିଡିଆରେ ଫଟୋ ସେୟାର କରି ଘରେ ସମସ୍ତଙ୍କ ଠାରୁ କିପରି ଅଲଗା ରହୁଛନ୍ତି ଜଣାଇଲେ ଅଭିନେତ୍ରୀ ଶବାନା ଆଜମୀ। ଏହାସହ ସ୍ବାମୀ ଜାଭେଦଙ୍କ ଏକ ଭିଡିଓ ସେୟାର କରିଛନ୍ତି।

shabana azmi
ଡିଜାଇନ ଫଟୋ

By

Published : Mar 23, 2020, 2:18 PM IST

ମୁମ୍ବାଇ: ବର୍ତ୍ତମାନ ବିଶ୍ବରେ ବ୍ୟାପିଥିବା କୋରୋନା ଭାଇରସ ଭୟରେ ଅନେକ କଳାକାର ନିଜକୁ ଆଇସୋଲେସନରେ ରଖିସାରିଛନ୍ତି। ନିକଟରେ ଏପରି ନିଷ୍ପତ୍ତି ନେଇ ଚର୍ଚ୍ଚାରେ ଆସିଥିଲେ ବିଶିଷ୍ଟ ଅଭିନେତ୍ରୀ ଶବାନା ଆଜମୀ। ଆଉ ଏବେ ସେ ଏକ ଟ୍ବିଟକୁ ନେଇ ପୁଣି ଚର୍ଚ୍ଚାରେ।

ଫଟୋ ସୌଜନ୍ୟ: ଟ୍ବିଟର@ଶବାନା ଆଜମୀ

ସେ ଟ୍ବିଟରରେ ସ୍ବାମୀ ତଥା ଫେମସ ଲେଖକ ଜାଭେଦ ଅଖତରଙ୍କ ଏକ ଫଟୋ ସେୟାର କରି ଘରେ ଦୁଇଜଣ କିପରି ପୃଥକ ପୃଥକ ରହୁଛନ୍ତି ଫ୍ୟାନ୍ସଙ୍କୁ ଜଣାଇଛନ୍ତି। ଏହାସହ ସେ ଗତକାଲି ଜନତା କର୍ଫ୍ୟୁର ସମର୍ଥନ କରି ସନ୍ଧ୍ୟା 5 ଘଟିକାରେ ଜାଭେଦଙ୍କ ତାଳି ବଜାଇବା ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଛନ୍ତି।

ପ୍ରକାଶ ଥାଉକି କୋରୋନା ଭାଇରସ ଆତଙ୍କ ପାଇଁ ଦିଲ୍ଲୀ ସମେତ ଅନେକ ରାଜ୍ୟରେ ଲକଡାଉନ କରିଦିଆଯାଇଛି। ରବିବାର କୋରୋନା ଭାଇରସର 26 ମାମଲା ସାମ୍ନାକୁ ଆସିଥିଲା। ଏଯାବତ ସଂକ୍ରମିତ ଲୋକଙ୍କ ସଂଖ୍ୟା 415ରେ ପହଞ୍ଚିଲାଣି।

ABOUT THE AUTHOR

...view details