ମୁମ୍ବାଇ: ବିବାଦ ସହ ସବୁବେଳେ ଜଡିତ ରୁହନ୍ତି ଅଭିନେତ୍ରୀ କଙ୍ଗନା ରଣାୱତ । ବର୍ତ୍ତମାନ ତାଙ୍କୁ ନେଇ ଆଉ ଏକ ସମସ୍ୟା ସୃଷ୍ଟି ହୋଇଛି । ଏବେ ତାଙ୍କ ବିରୋଧରେ ନୂଆ ଅଭିଯୋଗ ରୁଜୁ ହୋଇଛି । ଆରଏଲଏସପି ନେତା ଉପେନ୍ଦ୍ର କୁଶୱାହାଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ଫସିଲେ କଙ୍ଗନା । ବିହାରର ଗୟା ସିଭିଲ କୋର୍ଟରେ କାଙ୍କ ବିରୋଧରେ ଅଭିଯୋଗ ଦାୟର କରାଯାଇଛି ଏବଂ ଏବି ମାମଲା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ ମଧ୍ୟ ହୋଇଛି ।
କଥାଟି ହେଲା ଯେ ଏକ ଫଟୋରୁ ନେଇ ସୃଷ୍ଟି ହୋଇଛି ବିବାଦ । ସିଭିଲ କୋର୍ଟରେ ଦାଖଲ ହୋଇଥିବା ଅଭିଯୋଗରେ ଆରଏଲଏସପି ରାଜ୍ୟ ସାଧାରଣ ସମ୍ପାଦକ ବିନୟ କୁଶୱା କହିଛନ୍ତି ଯେ ଅଭିନେତ୍ରୀ କଙ୍ଗନା ତାଙ୍କ ଟ୍ବିଟରରେ ଦଳର ମୁଖ୍ୟ ଉପେନ୍ଦ୍ର କୁଶୱାଙ୍କ ଫଟୋ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି ।