ନୂଆଦିଲ୍ଲୀ: ବର୍ଲିନ ଫିଲ୍ମ ମହୋତ୍ସବରେ ପ୍ରଦର୍ଶିତ ହେବାକୁ ଯାଉଛି ତିନି ତଲାକ ପ୍ରସଙ୍ଗ ଉପରେ ଆଧାରିତ ଫିଲ୍ମ 'କୋଡ ବ୍ଲୁ'। ଏହି ଅବସରରେ ଏ ଫିଲ୍ମ ସହ ଜଡିତ ଅଲିନା ଖାନ କହିଛନ୍ତି କି ଫିଲ୍ମ 'କୋଡ ବ୍ଲୁ' ଏମିତି ତିନୋଟି ଶବ୍ଦ ଦେଖାଇବାର ପ୍ରୟାସ କରିଛି। ଯେଉଁଥିରେ ମାତ୍ର ତିନି ସେକେଣ୍ଡରେ ଲକ୍ଷ ଲକ୍ଷ ମହିଳାଙ୍କ ଜୀବନ ନଷ୍ଟ ହୋଇଯାଇଛି। ଫିଲ୍ମଟି ରାହତ କାଜମୀ ଫିଲ୍ମସ ସହଯୋଗରେ ନିର୍ମିତ ହୋଇଛି। ଫିଲ୍ମରେ ଆଲୋକନାଥ, ଋଷି ଭୁଚାନୀ, ସୁସ୍ମିତା ମୁଖର୍ଜୀ ଏବଂ ଅଲୀନା ଖାନ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବାର ନଜର ଆସିବେ।
ବର୍ଲିନ ଫିଲ୍ମ ଫେଷ୍ଟିଭାଲରେ 'କୋଡ ବ୍ଲୁ' - berline festival
ବର୍ଲିନ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହେବ ତିନି ତଲାକ ପ୍ରସଙ୍ଗ ଉପରେ ଆଧାରିତ ଚଳଚ୍ଚିତ୍ର 'କୋଡ ବ୍ଲୁ'। ଫିଲ୍ମଟି ତିନି ତଲାକ ଦ୍ୱାରା ପୀଡିତ ମହିଳାଙ୍କ କାହାଣୀ ଉପରେ ପର୍ଯ୍ୟବେସିତ।
ଫଟୋ ସୌଜନ୍ୟ: ଟ୍ୱିଟର@Aleena Khan
ଅଲୀନା ଚାହୁଁଥିଲେ କି ଫିଲ୍ମରେ ସେହି ମହିଳାଙ୍କ ଜୀବନ ଦର୍ଶାଯାଉ, ଯେଉଁମାନଙ୍କ ଜୀବନ ତିନି ତଲାକ ପାଇଁ ନଷ୍ଟ ହୋଇଯାଇଛି। ତାଙ୍କ ପାଇଁ ଏହି ଫିଲ୍ମ ତିଆରି କରିବା ସହଜ କଥା ନଥିଲା। କାରଣ ତାଙ୍କୁ ସବୁ ପରିସ୍ଥିତିରେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥିଲା। ତାଙ୍କ ସହ ପୁରା ପରିବାର ଠିଆ ହୋଇଥିବାରୁ ସେ ଏହି ଫିଲ୍ମକୁ ନିର୍ମାଣ କରିପାରିଥିଲେ। ପରିବର୍ତ୍ତନ ବିଷୟରେ କେବଳ କଥା ହେଲେ କିଛି ଲାଭ ମିଳିନଥାଏ। ଆପଣଙ୍କୁ ନିହାତି ପରିବର୍ତ୍ତନ କରିବା କଥା ବୋଲି କହିଛନ୍ତି ଅଲୀନା।