ଓଡିଶା

odisha

ETV Bharat / sitara

ଫ୍ରେଣ୍ଡସିପ ଡେ'ରେ ରିଲିଜ ହେଲା ‘ଛିଛୋରେ’ଟ୍ରେଲର

ରିଲିଜ ହୋଇଛି ଶ୍ରଦ୍ଧା କପୁର ଓ ସୁଶାନ୍ତ ସିଂହ ରାଜପୁତଙ୍କ ବନ୍ଧୁତ୍ବଭରା ଫିଲ୍ମ ‘ଛିଛୋରେ’ ଟ୍ରେଲର । ଫିଲ୍ମଟି ଅଗଷ୍ଟ 30ରେ ରିଲିଜ ହେବ ।

By

Published : Aug 4, 2019, 9:46 PM IST

ଫଟୋ ସୌଜନ୍ୟ: ଏଏନଆଇ

ହାଇଦ୍ରାବାଦ: ବିଶ୍ବ ବନ୍ଧୁତା ଦିବସରେ ରିଲିଜ ହୋଇଛି ବନ୍ଧୁତ୍ବ ଉପରେ ଆଧାରିତ ଫିଲ୍ମ ‘ଛିଚୋରେ’। ଅଭିନେତ୍ରୀ ଶ୍ରଦ୍ଧା କପୁର ଟ୍ରେଲରକୁ ଟ୍ବିଟରରେ ସେୟାର କରିଛନ୍ତି । 3 ମିନିଟ 44 ସେକେଣ୍ଡ ଟ୍ରେଲରରେ ସାଙ୍ଗଙ୍କ ମଧ୍ୟରେ ଥିବା ପ୍ରକୃତ ଭଲପାଇବାକୁ ଖୁବ ସୁନ୍ଦର ଭାବେ ଚିତ୍ରଣ କରାଯାଇଛି ।

ଭିଡିଓ ସୌଜନ୍ୟ: ଏ ଏନ ଆଇ

କେଲଜରେ ଥିବା ପ୍ରତିଯୋଗିତାକୁ ମଧ୍ୟ ବେଶ ଭଲଭାବରେ ଟ୍ରେଲରରେ ଦେଖିବାକୁ ମିଳିଛି । ଫିଲ୍ମଟି ସମ୍ପୁର୍ଣ୍ଣ କଲେଜ ଲାଇଫ ଓ ସାଙ୍ଗକୁ ନେଇ ପ୍ରସ୍ତୁତ କରାଯାଇଛି । ଫିଲ୍ମରେ 7ଜଣଙ୍କ ଗ୍ୟାଙ୍ଗ ଦେଖିବାକୁ ମିଳିଛି । ମୁଖ୍ୟ ଭୁମିକାରେ ସୁଶାନ୍ତ ସିଂହ ରାଜପୁତ ଓ ଶ୍ରଦ୍ଧା କପୁରଙ୍କୁ ଦେଖିବାକୁ ମିଳିଛି ।

ଟ୍ରେଲରର ଶେଷ ଭାଗରେ ସବୁ ସାଙ୍ଗ ଅନେକ ବର୍ଷ ପରେ ଡାକ୍ତରଖାନାରେ ଏକାଠି ହେଉଛନ୍ତି । ତେବେ ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ନିତେଶ ତିୱାରୀ ଓ ପ୍ରଯୋଜନା ଭାର ସମ୍ଭାଳିଛନ୍ତି ସାଜିଦ ନଡିଆଡବାଲା । ଫିଲ୍ମଟି 30 ଅଗଷ୍ଟରେ ପରଦାକୁ ଆସିବ ।

ABOUT THE AUTHOR

...view details