ଓଡିଶା

odisha

ETV Bharat / sitara

ପ୍ରେମରେ ଇମୋଶନାଲ ସିଂଘମ, ଦେଖନ୍ତୁ ଭିଡିଓ

ଅଜୟଙ୍କ ଆଗାମୀ କମେଡି ରୋମାଣ୍ଟିକ ଫିଲ୍ମ ‘ଦେ ଦେ ପ୍ୟାର ଦେ’ର ଚତୁର୍ଥ ଗୀତ ଚଲେ ଆନା ରିଲିଜ ହୋଇଯାଇଛି । ଏହି ଗୀତଟିରେ ଇମୋଶନାଲ ନଜର ଆସୁଛନ୍ତି ଅଜୟ ଓ ରକୁଲ ।

By

Published : May 2, 2019, 10:26 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ଅଜୟ ଦେବଗନ

ନୂଆଦିଲ୍ଲୀ: ବି-ଟାଉନର ସିଂଘମ ଅଜୟ ଦେବଗନ ପୁଣିଥରେ ନିଜ ରୋମାଣ୍ଟିକ କମେଡିର ତଡକା ସହ ବକ୍ସ ଅଫିସରେ ଧମାଲ ସୃଷ୍ଟି କରିବାକୁ ପ୍ରସ୍ତୁତି ହୋଇସାରିଲେଣି । ଫିଲ୍ମ 'ଦେ ଦେ ଫ୍ୟାର ଦେ'ର ଏଯାବତ ସାମ୍ନାକୁ ଆସିଥିବା ସବୁ ଗୀତ ଦର୍ଶକଙ୍କ ମନ କିଣିବାରେ ସଫଳ ହୋଇଛି । ଦର୍ଶକଙ୍କ ଉତ୍ସାହିତ ଦେଖି ମେକର୍ସ ଫିଲ୍ମର ଏକ ଇମୋଶନାଲ ଗୀତ 'ଚଲେ ଆନା' ରିଲିଜ ହୋଇଛି ।

ଏହି ନୂଆ ଗୀତରେ ଅଜୟ ନିଜ ଠାରୁ 26 ବର୍ଷ ସାନ ଝିଅ ରକୁଲ ପ୍ରୀତ ସିଂହଙ୍କ ପ୍ରେମରେ ଦିୱାନା ହୋଇଯାଇଥିବା ନଜର ଆସୁଛନ୍ତି । ଏହି ଇମୋଶନାଲ ଗୀତଟି ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିବ ବୋଲି ଆଶା କରୁଛନ୍ତି ମେକର୍ସ ।

'ଚଲେ ଆନା' ଗୀତଟିକୁ ଲୋକପ୍ରିୟ ଗାୟକ ଅରମାନ ମଲ୍ଲିକ ଗାଇଥିବା ବେଳେ ଏହାର ମ୍ୟୁଜିକ ଦେଇଛନ୍ତି ତାଙ୍କ ଭାଇ ଅମାନ ମଲ୍ଲିକ । ସେହିପରି ଗୀତର ଲିରିକ୍ସ ଲେଖିଛନ୍ତି ସଙ୍ଗୀତକାର କୁନାଲ ବର୍ମା । ଗୀତଟିକୁ ଟି-ସିରିଜ ମ୍ୟୁଜିକ ଲେବଲରେ ଲଞ୍ଚ କରାଯାଇଛି।

ପ୍ରକାଶ ଥାଉକି ଏଯାବତ 'ଦେ ଦେ ପ୍ୟାର ଦେ'ର ତିନୋଟି ଗୀତ ରିଲିଜ ହୋଇସାରିଲାଣି । ଫିଲ୍ମଟି ମେ 17ରେ ବକ୍ସ ଅଫିସରେ ଆସିବାକୁ ଯାଉଛି । ମୁଖ୍ୟ ଭୂମିକାରେ ଫିଲ୍ମରେ ଅଜୟ, ରକୁଲ ଓ ତବ୍ବୁ ନଜର ଆସିବା । ଫିଲ୍ମରୁ ନେଇ ଦର୍ଶକ ଖୁବ୍ ଉତ୍ସାହିତ ଅଛନ୍ତି ।

For All Latest Updates

ABOUT THE AUTHOR

...view details