ଓଡିଶା

odisha

ETV Bharat / sitara

ଭିଡ ହିଂସା ରୋକିବା ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ 49 ସେଲିବ୍ରିଟି - ମୋବ ଲିଚିଂ

ଦେଶର ବଢୁଥିବା ମୋବ ଲିଚିଂକୁ ବିରୋଧ କରିଛନ୍ତି ଅନେକ ସେଲିବ୍ରିଟି । ଏହାକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି 49 ସେଲିବ୍ରିଟି ।

ଡିଜାଇନ ଫଟୋ

By

Published : Jul 24, 2019, 8:12 PM IST

Updated : Jul 24, 2019, 11:56 PM IST

ହାଇଦ୍ରାବାଦ: ଦେଶରେ ମୋବ ଲିଚିଂ ଅର୍ଥାତ ଭିଡ ହିଂସା ବଢିବାକୁ ଲାଗିଲାଣି । ନିଚ୍ଚ ଜାତିର ଲୋକ ଓ ମୁସଲମାନ ସମ୍ପ୍ରଦାୟଙ୍କ ପାଇଁ ଏହା ଏକ ସମସ୍ୟା ହୋଇ ଠିଆ ହୋଇଛି । ଏହାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ବଲିଉଡର ଗୀତିକାର, ନିର୍ଦ୍ଦେଶକ ଓ ସାହିତ୍ୟଜଗତର ଅନେକ ବରିଷ୍ଠ ବ୍ୟକ୍ତିବିଶେଷ । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଏହାର ସମାଧାନ ପାଇଁ ଅନୁରୋଧ କରିଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଚିଠିରେ କୁହାଯାଇଛି କି,‘ ଜୟ ଶ୍ରୀରାମର ଆଶ୍ରୟ ନେଇ ଲୋକଙ୍କ ମନରେ ଘୃଣା ଜାତ କରାଯାଉଛି , ଭାରତର ଅଳ୍ପସଂଖ୍ୟକ ସମୁଦାୟଙ୍କୁ ଜୟ ଶ୍ରୀରାମ ନାମରେ ଡରାଯାଉଛି . 29 ଅକ୍ଟୋବର 2009ରୁ 2019 ମଧ୍ୟରେ ପ୍ରାୟ 254ଟି ଧର୍ମ ସମ୍ପର୍କିତ ହତ୍ୟାକାଣ୍ଡ କରାଗଲାଣି ତେଣୁ ପ୍ରିୟ ନରେନ୍ଦ୍ର ମୋଦି ଏହା ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ କରାଯାଇଛି ।’

ଏହି ଚିଠିରେ ପପୁଲାର ନିର୍ଦ୍ଦେଶକ ଶ୍ୟାମ ବେନେଗଲ, ଅଦୁର ଗୋପଲା କ୍ରିଷ୍ଣା, ମଣିରତ୍ନମ୍, ଅନୁରାମ କସ୍ୟପ ଓ ଇତିହାସବିତ ରାମ ଚନ୍ଦ୍ର ଗୁହାଙ୍କ ଭଳି 49ଜଣ ସେଲିବ୍ରିଟିଙ୍କ ହସ୍ତାକ୍ଷର ରହିଛି । ଚିଠିରେ ଏକ ମଜବୁତ ରାଷ୍ଟ୍ରବାଦୀ ଦେଶ ଗଠନ କରିବାକୁ ଅନୁରୋଧ କରିଛନ୍ତି ।

Last Updated : Jul 24, 2019, 11:56 PM IST

ABOUT THE AUTHOR

...view details