ଓଡିଶା

odisha

ETV Bharat / sitara

କଥକ ସମ୍ରାଟ ପଣ୍ଡିତ ବିରଜୁ ମହାରାଜଙ୍କ ଦେହାନ୍ତରେ ଶୋକ ବ୍ୟକ୍ତ କଲେ ସେଲିବ୍ରିଟି

କଥକ ସମ୍ରାଟ ପଣ୍ଡିତ ବିରଜୁ ମହାରାଜଙ୍କ ହୃଦଘାତରେ ଦେହାନ୍ତ ହୋଇଛି। ଏ ନେଇ ବଲିଉଡରେ ଶୋକର ଲହରୀ ଖେଳିଯାଇଛି। ସୋସିଆଲ ମିଡିଆ ଜରିଆରେ ପଣ୍ଡିତ ବିରଜୁ ମହାରାଜଙ୍କ ଦେହାନ୍ତରେ ସେଲିବ୍ରିଟିମାନେ ଶୋକ ବ୍ୟକ୍ତ କରୁଛନ୍ତି। ଅଧିକ ପଢନ୍ତୁ

କଥକ ସମ୍ରାଟ ପଣ୍ଡିତ ବିରଜୁ ମହାରାଜଙ୍କ ଦେହାନ୍ତରେ ଶୋକ ବ୍ୟକ୍ତ କଲେ ସେଲିବ୍ରିଟି
କଥକ ସମ୍ରାଟ ପଣ୍ଡିତ ବିରଜୁ ମହାରାଜଙ୍କ ଦେହାନ୍ତରେ ଶୋକ ବ୍ୟକ୍ତ କଲେ ସେଲିବ୍ରିଟି

By

Published : Jan 17, 2022, 9:44 PM IST

ହାଇଦ୍ରାବାଦ: କଥକ ସମ୍ରାଟ ପଣ୍ଡିତ ବିରଜୁ ମହାରାଜଙ୍କ ହୃଦଘାତରେ ଦେହାନ୍ତ ହୋଇଛି । ପଦ୍ମଭୂଷଣ ପୁରସ୍କାର ପ୍ରାପ୍ତ ବିରଜୁ ମହାରାଜ ରବିବାର ବିଳମ୍ବିତ ରାତିରେ ଦିଲ୍ଲୀରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ପଣ୍ଡିତ ବିରଜୁ ମହାରାଜଙ୍କ ଦେହାନ୍ତରେ ବଲିଉଡରେ ଶୋକର ଲହରି ଖେଳିଯାଇଛି। ସୋସିଆଲ ମିଡିଆ ଜରିଆରେ ପଣ୍ଡିତ ବିରଜୁ ମହାରାଜଙ୍କ ଦେହାନ୍ତରେ ସେଲିବ୍ରିଟିମାନେ ଶୋକ ବ୍ୟକ୍ତ କରୁଛନ୍ତି। କରୀନା କପୁର ଖାନ ଏବଂ ହେମା ମାଲିନୀଙ୍କ ପରି ବଲିଉଡର ଅନେକ ଲୋକପ୍ରିୟ ସେଲିବ୍ରିଟି ସୋସିଆଲ ମିଡିଆ ଆକାଉଣ୍ଟରୁ ପ୍ରସିଦ୍ଧ କଥକ ନୃତ୍ୟଶିଳ୍ପୀ ପଣ୍ଡିତ ବିରଜୁ ମହାରାଜଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି।

ବଲିଉଡ ଅଭିନେତ୍ରୀ କରୀନା କପୁର ତାଙ୍କ ଇନଷ୍ଟାଗ୍ରାମରେ କଥକ ମହାନାୟକଙ୍କ ଦେହାନ୍ତରେ ଶୋକ ବ୍ୟକ୍ତ କରିଛନ୍ତି। ପଣ୍ଡିତ ଜୀଙ୍କର ଏକ ଫଟୋ ସେୟାର କରି ସେ ଲେଖିଛନ୍ତି, 'Rest in Peace'।

ଭେଟେରାନ ଅଭିନେତ୍ରୀ ହେମା ମାଲିନୀ ମଧ୍ୟ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ବିରଜୁ ମହାରାଜଙ୍କ ଆକସ୍ମିକ ଦେହାନ୍ତରେ ଦୁଃଖ ପ୍ରକାଶ କରିଛନ୍ତି। 'ଡ୍ରିମ୍ ଗାର୍ଲ' ଲେଖିଛନ୍ତି, ପ୍ରକୃତ କିମ୍ବଦନ୍ତୀ ବିରଜୁ ମହାରାଜଙ୍କ ଦେହାନ୍ତରେ ଶୋକ ବ୍ୟକ୍ତ କରୁଛି। ମୁଁ ସର୍ବଦା ତାଙ୍କର ପ୍ରଶଂସା କରେ ଏବଂ ସମ୍ମାନ କରେ।

ଭେଟେରାନ ଚଳଚ୍ଚିତ୍ର ନିର୍ମାତା ସୁଭାଷ ଘାଇ ପଣ୍ଡିତ ବିରଜୁ ମହାରାଜଙ୍କୁ ବ୍ୟକ୍ତିଗତ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ପୁରୁଣା ଦିନକୁ ମନେ ପକାଇ ସୁଭାଷ ଘାଇ ଲେଖିଛନ୍ତି, ମହାରାଜ ଜୀ କଲେଜ ଫେଷ୍ଟିଭାଲ୍ ଆୟୋଜନ କରି ନୃତ୍ୟ ପ୍ରଦର୍ଶନ କରୁଥିଲେ। ଭଗବାନ କୃଷ୍ଣ ଏବଂ ରାଧାଙ୍କ ସହ ଆଖି ଆଖିରେ କେମିତି କଥା ହେଉଥିଲେ, ତାହା ବଖାଣିଛନ୍ତି।

ଗାୟକ ଅଦନାନ ସାମି କହିଛନ୍ତି କିମ୍ବଦନ୍ତୀ କଥକ ନୃତ୍ୟଶିଳ୍ପୀ ପଣ୍ଡିତ ବିରଜୁ ମହାରାଜ ଦେହାନ୍ତ ଖବର ଜାଣି ମୁଁ ଦୁଃଖିତ । କଳା କ୍ଷେତ୍ରରେ ଆମେ ଏକ ଅନୁଷ୍ଠାନ ହରାଇଛୁ । ସେ ତାଙ୍କ ପ୍ରତିଭା ମାଧ୍ୟମରେ ଅନେକ ପିଢି ପାଇଁ ପ୍ରେରଣା ବୋଲି ଟ୍ବିଟ କରି କହିଛନ୍ତି ଅଦନାନ ।

ସେହପରି ଫିଲ୍ମ ନିର୍ମାତା ଅଶୋକ ପଣ୍ଡିତ କହିଛନ୍ତି କିମ୍ବଦନ୍ତୀ କଥକ ନୃତ୍ୟଶିଳ୍ପୀ ବିରଜୁ ମହାରାଜାଙ୍କ ଦେହାନ୍ତ ଖବର ଶୁଣି ମୁଁ ଦୁଃଖିତ । ଆମେ ଜଣେ ଜୁଏଲଙ୍କୁ ହରାଇଛୁ । ତାଙ୍କ ଦେହାନ୍ତ ଏକ ଯୁଗର ସମାପ୍ତି ବୋଲି ଟ୍ବିଟ କରି କହିଛନ୍ତି ଅଶୋକ ପଣ୍ଡିତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details