ଓଡିଶା

odisha

ETV Bharat / sitara

ଫୋର୍ବସ ଦାମୀ କଳାକାର ତାଲିକାରେ ଖିଲାଡି

ଜାରି ହେଲା ଫୋର୍ବସ ହାଏଷ୍ଟ ପେଡ ଅଭିନେତା ତାଲିକା । ଅନେକ ପପୁଲାର ଆକ୍ଟରଙ୍କୁ ପଛରେ ପକାଇ 33 ନମ୍ବର ସ୍ଥାନ ହାସିଲ କରିବାରେ ସଫଳ ହୋଇଛନ୍ତି ଅକ୍ଷୟ ।

By

Published : Jul 11, 2019, 1:23 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅକ୍ଷୟ କୁମାର

ମୁମ୍ବାଇ: ବର୍ତ୍ତମାନ ଖବର କାଗଜର ହେଡଲାଇନରେ ଖିଲାଡି ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ 'ମିଶନ ମଙ୍ଗଲ' ଚର୍ଚ୍ଚାରେ । ନିକଟରେ ରିଲିଜ ହୋଇଥିବା 'ମିଶନ ମଙ୍ଗଲ' ଟିଜରକୁ ନେଇ ଖୁସି ଫ୍ୟାନ୍ସ । ଇତିମଧ୍ୟରେ ଅକ୍ଷୟ ପୁଣି ପ୍ରଶଂସାର ପାତ୍ର ସାଜିଛନ୍ତି । କାରଣ ସେଲିବ୍ରିଟି ଫୋର୍ବସ ହାଏଷ୍ଟ ପେଡ ଆକ୍ଟରଙ୍କ ତାଲିକାରେ ସାମିଲ ହୋଇଛନ୍ତି ଅକ୍ଷୟ । ଜାରି ହୋଇଥିବା ଏହି ସୂଚୀରେ ଭାରତର ଏକମାତ୍ର ଅଭିନେତା ଅକ୍ଷୟ ଏଥର ଫୋର୍ବସ ଲିଷ୍ଟରେ ନିଜ ନାମ ସ୍ଥାପନ କରିବାରେ ସଫଳ ହୋଇପାରିଛନ୍ତି ।

100 ତାଲିକା ବିଶିଷ୍ଟ ଅଭିନେତାଙ୍କ ଏହି ସୂଚୀ ମଧ୍ୟରେ ପପୁଲାର ଆକ୍ଟର ରିହାନା, କେଭିନ ହାର୍ଟ, ଜ୍ୟାକି ଚେନ, ବ୍ରାଡଲି କପର ଓ ସ୍କାରଲେଟ ଜନସନଙ୍କୁ ମାତ ଦେଇ 33 ସ୍ଥାନରେ ରହିଛନ୍ତି ସେ । ଅକ୍ଷୟ 65 ମିଲିୟ ଡଲାର ଆୟ ସହ ପ୍ରତିଷ୍ଠିତ ସୂଚୀରେ ପ୍ରବେଶ କରିବାରେ ଏକମାତ୍ର ଭାରତୀୟ ।

ସେହିପରି ଏହି ତାଲିକାରେ ଇଣ୍ଟରନେସନାଲ ଗାୟିକା ଟେଲର ସ୍ବିଫ୍ଟ 180 ମିଲିୟନ ଆୟ ଜରିଆରେ ଟିଭି ଆକ୍ଟ୍ରେସ କାଇଲୀ ଜେନରଙ୍କୁ ପଛରେ ପକାଇ ଶ୍ରେଷ୍ଠ ସ୍ଥାନରେ ରହିଛନ୍ତି । ଅନ୍ୟପଟେ କାଇଲୀ ଦ୍ବିତୀୟ ସ୍ଥାନରେ ରହିବାରେ ସଫଳ ହୋଇଛନ୍ତି ।

ABOUT THE AUTHOR

...view details