ଓଡିଶା

odisha

ETV Bharat / sitara

ଋିଷି କପୁର ହେଲେ କ୍ୟାନ୍ସର ଫ୍ରି

ଋିଷି କପୁର ଏବେ ସମ୍ପୂର୍ଣ୍ଣ ସୁସ୍ଥ । କ୍ୟାନ୍ସରରୁ ମୁକ୍ତ ହୋଇ ବହୁତ ଜଲଦି ଭାରତ ଫେରିବେ ଋିଷି । ଗତ ବର୍ଷ 29 ସେପ୍ଚେମ୍ବରରେ ଚିକିତ୍ସିତ ହେବା ପାଇଁ ଋିଷି ନ୍ୟୁୟର୍କ ଯାଇଥିଲେ ।

By

Published : Apr 30, 2019, 3:15 PM IST

ହାଇଦ୍ରାବାଦ: ପ୍ରସିଦ୍ଧ ଫିଲ୍ମ ନିର୍ମାତା ରାହୁଲ ରୱେଲ ନିଜ ଫେସବୁକ ଆକାଉଣ୍ଟରେ ଋିଷି କପୁରଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଏକ ପୋଷ୍ଟ ସେୟାର କରିଛନ୍ତି । ଏଥିରେ ସେ ଋିଷି କପୁର କ୍ୟାନ୍ସର ମୁକ୍ତ ବୋଲି ସୂଚନା ଦେଇଛନ୍ତି । ମାତ୍ର ଋିଷି କପୁରଙ୍କୁ କ୍ୟାନ୍ସର ହୋଇଛି ବୋଲି ନାଁ ତାଙ୍କ ଘର ଲୋକ ସୂଚନା ଦେଇଥିଲେ ନାଁ ସେ ନିଜେ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

କିଛି ଦିନ ପୂର୍ବରୁ ଋିଷି କପୁର ନ୍ୟୁୟର୍କକୁ ଚିକିତ୍ସିତ ହେବାକୁ ଯାଉଛନ୍ତି ବୋଲି ସୂଚନା ଦେଇଥିଲେ, ମାତ୍ର କେଉଁ ରୋଗର ଚିକିତ୍ସା ପାଇଁ ଯାଉଛନ୍ତି ସେ ବିଷୟରେ କହିନଥିଲେ । ତାଙ୍କ ସହ ପତ୍ନୀ ନିତୁ କପୁର ମଧ୍ୟ ଯାଇଥିଲେ । ଋିଷି କପୁରଙ୍କ ଦେହ ଏତେ ଖରାପ ଥିଲା ଯେ, ଗତବର୍ଷ ତାଙ୍କ ମାଁ କୃଷ୍ଣା ରାଜ କପୁରଙ୍କ ମୃତ୍ୟୁ ପରେ ବି ସେ ଭାରତ ଆସିପାରିନଥିଲେ ।

ରଣବୀର କପୁର ବି ମଝିରେ ମଝିରେ ନ୍ୟୁୟର୍କ ଯାଆନ୍ତି । ତେବେ ରାହୁଲ ରୱେଲଙ୍କ ପୋଷ୍ଟ ଋିଷି କପୁରଙ୍କ ଫ୍ୟାନ୍ସଙ୍କୁ ଖୁସି କରିବ । ତେବେ ଋିଷି କପୁର ଭାରତ ଫେରିଲେ ତାଙ୍କ ପ୍ରଥମ କାମ ହେବ ରଣବୀର ଓ ଆଲିଆଙ୍କ ବିବାହ । ଯେହେତୁ ସେ ସୁସ୍ଥ ହୋଇଯାଇଛନ୍ତି ତେଣୁ ବହୁତ ଜଲଦି ସେ ଭାରତ ଫେରିବେ ।

ABOUT THE AUTHOR

...view details