ମୁମ୍ବାଇ: ଲୋକପ୍ରିୟ ଗାୟିକା ଆଶା ଭୋସଲେ ରବିବାର ନିଜର 86ତମ ଜନ୍ମଦିନ ଖୁବ୍ ଧୁମଧାମରେ ପାଳନ କରିଥିଲେ । ଏହି ଅବସରରେ ତାଙ୍କୁ ପୁରା ଦେଶରୁ ଜନ୍ମଦିନର ଶୁଭେଚ୍ଛା ଏବଂ ଶୁଭକାମନା ମିଳିଥିଲା । କିନ୍ତୁ ଖାସ୍ କଥା ହେଲା କି ଆଶାଙ୍କ ଜନ୍ମଦିନରେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ମଧ୍ୟ ନିଜ କାମରୁ ସମୟ କାଢି ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏହାସହ ତାଙ୍କୁ ନିଜ ହସ୍ତାକ୍ଷର କରିଥିବା ଏକ ଖାସ୍ ଉପହାର ମଧ୍ୟ ପଠାଇଥିଲେ ।
ଆଶାଙ୍କ ପ୍ରେମରେ କାନାଡା ପିଏମ, ଆସିଲା ବାର୍ଥଡେ ୱିଶ୍ - ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ
ରବିବାର ଦିଗଜ ଗାୟିକା ଆଶା ଭୋସଲେ 86 ବର୍ଷରେ ପାଦ ଥାପିଛନ୍ତି । ଏହି ଅବସରରେ ତାଙ୍କୁ ସୋସିଆଲ ମିଡିଆରେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଶୁଭେଚ୍ଛା ଜଣାଇଛନ୍ତି ।
ଡିଜାଇନ ଫଟୋ
ଆଶା ରବିବାର ଟ୍ବିଟରରେ କାନାଡାର ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ପଠାଯାଇଥିବା ମେସେଜ ପୋଷ୍ଟ କରିଥିଲେ । ଯେଉଁଥିରେ ଲେଖା ହୋଇଥିଲା, ‘ଆପଣଙ୍କୁ 58ତମ ଜନ୍ମଦିନ ଅବସରରେ ଶୁଭକାମନା ଏବଂ ଶୁଭେଚ୍ଛା ଜଣାଇବା ମୋ ପାଇଁ ବହୁତ ଖୁସିର କଥା ।’
ଏହି କ୍ୟାପନସରେ ଆଶା ଲେଖିଛନ୍ତି, ‘ମୁଁ ବହୁତ ଖୁସି କି ମୋର 86ତମ ଜନ୍ମଦିନରେ ମୋ ଉପଲବ୍ଧି ଭାରତକୁ ୱାର୍ଲ୍ଡ ମ୍ୟୁଜିକର ମାନଚିତ୍ରରେ ଅଙ୍କିତ କରିଛି । ଯେଉଁ କାରଣ ପାଇଁ ବିଶ୍ବର ନେତା ମୋର ଉପସ୍ଥିତିକୁ ମାନୁଛନ୍ତି । କାନାଡା ପ୍ରଧାନମନ୍ତ୍ରୀ ଟ୍ରୁଡୋଙ୍କୁ ଅନେକ ଅନେକ ଧନ୍ୟବାଦ ।’