ଓଡିଶା

odisha

ETV Bharat / sitara

ଫ୍ୟାନଙ୍କୁ ତଳେ ବସାଇ ଫଶିଲେ ରଣବୀର

ଏକ ଭିଡିଓକୁ ନେଇ ଟ୍ରୋଲର୍ସଙ୍କ ଟାର୍ଗେଟରେ ରଣବୀର କପୁର । ଫ୍ୟାନଙ୍କ ସହ ନଜର ଆସିଲେ ଭିଡିଓରେ ।

By

Published : Jun 9, 2019, 3:59 AM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ରଣବୀର କପୁର

ମୁମ୍ବାଇ: ବି-ଟାଉନର ହ୍ୟାଣ୍ଡସମ ଅଭିନେତା ରଣବୀର କପୁର ଏହି ସମୟରେ ନିଜର ଆଗାମୀ ଫିଲ୍ମ 'ବ୍ରହ୍ମାସ୍ତ୍ର'କୁ ନେଇ ଚର୍ଚ୍ଚାରେ ଅଛନ୍ତି । ଫିଲ୍ମରେ ସେ ପ୍ରଥମଥର ନିଜ ଗାର୍ଲଫ୍ରେଣ୍ଡ ଆଲିୟା ଭଟ୍ଟ ଓ ବିଗ-ବି ଅମିତାଭ ବଚ୍ଚନଙ୍କ ସହ କାମ କରୁଥିବାର ଦେଖାଯିବେ । ଇତି ମଧ୍ୟରେ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଉଛି ।

କଥାଟି ହେଲା କି ତାଙ୍କର ଗୋଟିଏ ଭିଡିଓକୁ ନେଇ ତାଙ୍କୁ ଟ୍ରୋଲ କରିଛନ୍ତି ୟୁଜର୍ସ । ଭିଡିଓରେ ରଣବୀର ଜଣେ ଫ୍ୟାନଙ୍କ ସହ ସାକ୍ଷାତ କରିଥିବାର ଦେଖାଯାଇଛନ୍ତି । ସେହି ଫ୍ୟାନ ଜଣକ ସାକ୍ଷାତକାର ସମୟରେ ତାଙ୍କ ପାଦ ଛୁଇଁବା ସହ ତାଙ୍କୁ ଉପହାର ମଧ୍ୟ ଦେଉଛନ୍ତି ।

ଏବେ ଆପଣ ଭାବୁଥିବେ ଏହାକୁ ନେଇ କାହିଁକି ରଣବୀରଙ୍କୁ ଟ୍ରୋଲ କରାଯାଉଛି । ତେବେ ଜଣାଇ ଦେଉଛୁ ଯେ, ଭିଡିଓରେ ଏହାମଧ୍ୟ ଦେଖିବାକୁ ମିଳୁଛି ଯେ ରଣବୀର ସୋଫାରେ ବସିଥିବା ବେଳେ ତାଙ୍କ ଫ୍ୟାନ ଜଣଙ୍କ ତାଙ୍କ ଗୋଡ ପାଖରେ ତଳେ ବସିଛନ୍ତି । ତାଙ୍କର ଏହି ବ୍ୟବହାର ପାଇଁ ତାଙ୍କୁ ୟୁଜର୍ସ ଟ୍ରୋଲ କରିଛନ୍ତି ।

ABOUT THE AUTHOR

...view details