ମୁମ୍ବାଇ:ବଲିଉଡ଼ର ଲୋକପ୍ରିୟ ଆକ୍ଟର ରଣବୀର ସିଂ କ୍ରିକେଟର କିମ୍ବଦନ୍ତୀ ଖେଳାଳୀ କପିଳଦେବଙ୍କ ଭୂମିକାରେ କରିଛନ୍ତି ଅଭିନୟ । ଏହି '83' ଆକ୍ଟର କପିଳଦେବଙ୍କ ପରି ବୋଲିଂ କରିବା ଅତ୍ୟନ୍ତ କଷ୍ଟକର ବୋଲି କହିଛନ୍ତି ସେ । ଏହି ଫିଲ୍ମରେ ୧୯୮୩ରେ ଇଣ୍ଡିଆନ କ୍ରିକେଟ ଜିତିଥିବା ବିଶ୍ବକପ୍ର ୱିନିଙ୍ଗ ସମ୍ପର୍କରେ ମଧ୍ୟ ଦର୍ଶାଇଛନ୍ତି ।
ଏହି ଫିଲ୍ମରେ ନିର୍ଦ୍ଦେଶକ କବୀର ଖାନ ନିର୍ଦ୍ଦେଶନା ଦେଇଥିବା ବେଳେ ଏଥିରେ ଭାରତୀୟ କ୍ରିକେଟର ଐତିହାସିକ ବିଜୟକୁ ଦର୍ଶାଯାଇଛି । କପିଳଦେବଙ୍କ ପରି ଅବିକଳ ଅଭିନୟ କରିବା ପାଇଁ ସେ ବହୁତ ପରିଶ୍ରମ କରିଛନ୍ତି ବୋଲି କହିଛନ୍ତି । ବିଶେଷକରି ତାଙ୍କ ପରି ବୋଲିଂ କରିବା ଏକ କଷ୍ଟକର ପାର୍ଟ ଥିଲା ବୋଲି ସେ କହିଛନ୍ତି । ତାଙ୍କ ବୋଲିଂ ଆକ୍ସନ ଏକ ଭିନ୍ନ ଧରଣର । ତାଙ୍କ ଶରୀରଠାରୁ ମୋ ଶରୀର ଭିନ୍ନ ହୋଇଥିବାରୁ ଏପରି ବୋଲିଂ ତାଙ୍କ ପାଇଁ କଷ୍ଟ ଥିଲା । ସେ କପିଳଙ୍କ ପରି ଅବିକଳ ବୋଲିଂ କରିବାକୁ ଅନେକ ସମୟ ନେଇଥିଲେ ବୋଲି କହିଛନ୍ତି । ଫିଲ୍ମର ସୁଟିଂ ସମୟରେ ସେ 'Simmba' ଫିଲ୍ମର ସୁଟିଂ କରି ଆସିଥିବାରୁ ତାଙ୍କ ଶରୀର ହେଭି ଥିଲା ବୋଲି କହିଛନ୍ତି ରଣବୀର ।