ଓଡିଶା

odisha

ETV Bharat / sitara

କୋରୋନା କାଳରେ ଏମିତି ଦୁଃଖ ଦୂର କରୁଛନ୍ତି ଧର୍ମେନ୍ଦ୍ର

ନିଜ ଫାର୍ମହାଉସରେ ସମୟ ବିତାଇ ବର୍ତ୍ତମାନ କୋରୋନା ଭୟଠୁ ଦୂରେଇ ରହିବାକୁ ଚେଷ୍ଟା ଚଳାଇଛନ୍ତି ଧର୍ମେନ୍ଦ୍ର । ଭିଡିଓ ସେୟାର କରି ଲେଖିଲେ ଏମିତି କିଛି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

By

Published : Apr 15, 2021, 9:51 AM IST

ମୁମ୍ବାଇ: ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରୁହନ୍ତି ବଲିଉଡର ହିମ୍ୟାନ ଧର୍ମେନ୍ଦ୍ର । ସେ ପ୍ରାୟତଃ ନିଜ ସହ ସମ୍ପୃକ୍ତ ଥିବା ଅନେକ ଜିନିଷ ସେୟାର କରି ଫ୍ୟାନ୍ସଙ୍କ ମନୋରଞ୍ଜନ କରନ୍ତି । କିଛି ଦିନଠୁ ସେ ନିଜ ଫାର୍ମହାଉସରେ ସମୟ ବିତାଉଛନ୍ତି । ଇତିମଧ୍ୟରେ ସେ ଏକ ଖାସ୍ ବାର୍ତ୍ତା ସେୟାର କରି ଚର୍ଚ୍ଚାରେ । ସେ ନୂଆ ପୋଷ୍ଟ ଜରିଆରେ କିପରି କୋରୋନା ସମୟରେ ନିଜୁ ଶାନ୍ତ୍ବନା ଦେଉଛନ୍ତି ତାହା ଜଣାଇଛନ୍ତି। ବର୍ତ୍ତମାନ ଭାଇରାଲ ହେଉଛି ତାଙ୍କ ଏହି ଭିଡିଓ ।

କଥାଟି ହେଲା ଯେ ଟ୍ବିଟରରେ ଧର୍ମେନ୍ଦ୍ର ଏକ ଭିଡିଓ ପୋଷ୍ଟ କରି ଲେଖିଥିଲେ, ‘ବଢୁଥିବା କୋରୋନା ଭାଇରସ ଖବର ଶୁଣିବା ପରେ ମନ ହତାଶ ହୋଇଯାଉଛି, ତେଣୁ ମୁଁ ଏଠାକୁ ଆସିଛୁ । ଦୟାକରି ଯତ୍ନବାନ ହୁଅନ୍ତୁ ।’

ଏହି ଭିଡିଓ ପୂର୍ବରୁ ସେ ନିଜ ଫାର୍ମହାଉସର ଅନେକ ଫଟୋ, ଭିଡିଓ ସୋସିଆଲ ମିଡିଆରେ ସେୟାର କରିସାରିଛନ୍ତି । ନିକଟରେ କୋରୋନାରୁ ସୁରକ୍ଷିତ ରହିବା ପାଇଁ ଟିକା ନେଇଥିଲେ ଅଭିନେତା । ନିଜର ଫଟୋ ପୋଷ୍ଟ କରି ଫ୍ୟାନ୍ସଙ୍କୁ ଦେଇଥିଲେ ଏହାର ସୂଚନା ।

ABOUT THE AUTHOR

...view details