ମୁମ୍ବାଇ: ଆଜି ସାରା ଦେଶ ପାଳୁଛି ଦଶହରା । ଖରାପ ଉପରେ ଭଲର ବିଜୟ ବାର୍ତ୍ତା ଦେଇ ଦେଶବାସୀ ପରସ୍ପରକୁ ଶୁଭେଚ୍ଛା ମଧ୍ୟ ଜଣାଉଛନ୍ତି । ଏଥିରୁ ବାଦ ପଡିନାହାଁନ୍ତି ବଲିଉଡ ତାରକା । ଫ୍ୟାନ୍ସଙ୍କୁ ଦଶହରାର ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇଛନ୍ତି ସେଲିବ୍ରିଟି ।
ମେଗାଷ୍ଟାର ଅମିତାଭ ବଚ୍ଚନ ଟ୍ବିଟ କରି କହିଛନ୍ତି ଯେ, ମା' ଦୁର୍ଗା, ମାତା ସରସ୍ବତୀଙ୍କ ଆଶୀର୍ବାଦ ସମସ୍ତଙ୍କୁ ପ୍ରାପ୍ତ ହେଉ ।
ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ତାରକା ନାଗାର୍ଜୁନ ଲେଖିଛନ୍ତି, ମୋ ତରଫରୁ ମୋର ସମସ୍ତ ବନ୍ଧୁଙ୍କୁ ଦଶହରାର ଶୁଭେଚ୍ଛା ।
ଅଭିନେତା ଅଜୟ ଦେବଗନ୍ ତାଙ୍କ ବାର୍ତ୍ତାରେ ଲେଖିଛନ୍ତି, "ଦଶହରା ହେଉଛି ଖରାପ ଉପରେ ଭଲର ବିଜୟର ପର୍ବ । ଆସନ୍ତୁ ସମସ୍ତେ ସାମାଜିକ ଦୂରତା ଅନୁସରଣ କରିବା, ମାସ୍କ ପିନ୍ଧିବା ଏବଂ ଆମର ଶତ୍ରୁକୁ ପରାସ୍ତ କରିବା ।
ଏଥି ସହିତ, କାଜୋଲ ଲେଖିଛନ୍ତି, "ଆସନ୍ତୁ ଆମ ସମସ୍ତଙ୍କ ମନରେ ଥିବା ନକାରାତ୍ମକତା ଶକ୍ତିକୁ ଜାଳିଦେବା । ଆପଣ ସମସ୍ତଙ୍କୁ ହାପି ଦଶହରା ’’।
ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ମଧ୍ୟ ତାଙ୍କ ବାର୍ତ୍ତାରେ ପ୍ରଶଂସକଙ୍କ ପାଇଁ ଲେଖିଛନ୍ତି, "ଆପଣ ସମସ୍ତଙ୍କୁ ଏକ ଉଜ୍ଜଳ, ଖୁସି , ବିଜୟ ଏବଂ ଶାନ୍ତିପୂର୍ଣ୍ଣ ଦଶହରାର ଶୁଭେଚ୍ଛା ’’।
ଏକ ଭିଡିଓ ସେୟାର କରି ଅନୁପମ ଖେର ଲେଖିଛନ୍ତି, "ଦଶହରାରେ ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ’’।
ରକୁଲ ପ୍ରୀତ ସିଂ ତାଙ୍କ ଟ୍ବିଟରେ ଲେଖିଛନ୍ତି, "ହାପି ଦଶହରା । ସତ୍ୟ ସର୍ବଦା ଜିତେ । ଭଗବାନ ଆପଣ ସମସ୍ତଙ୍କୁ ଉତ୍ତମ ସ୍ବାସ୍ଥ୍ୟର ଆଶୀର୍ବାଦ କରନ୍ତୁ " ।
କ୍ରିତି ସାନନ୍ ଟ୍ବିଟରେ ଲେଖିଛନ୍ତି, "ସମସ୍ତଙ୍କୁ ହାପି ଦଶହରା" ।