ଓଡିଶା

odisha

ETV Bharat / sitara

ଭାରତ ପରାଜୟର ପ୍ରତିକ୍ରିୟା ରଖିଲା ବି-ଟାଉନ

ବିଶ୍ବକପରେ ଭାରତର ଶୋଚନୀୟ ପରାଜୟ ପରେ ଦୁଃଖରେ ସାରା ଭାରତ । ଏ ମଧ୍ୟରେ ବଲିଉଡ ସେଲିବ୍ରିଟିଙ୍କ ବିଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳିଛି ।

By

Published : Jul 11, 2019, 6:53 AM IST

ଫଟୋ ସୌଜନ୍ୟ: ଏ ଏନ ଆଇ

ହାଇଦ୍ରାବାଦ: ଆଇସିସି ବିଶ୍ବକପ-2019ର ଯାତ୍ରାକୁ ଅଲବିଦା କହିଛି ଭାରତୀୟ ଦଳ । ପ୍ରଥମ ସେମିଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳି 18 ରନରେ ପରାଜିତ ହୋଇଛି ଦଳ । ଏହାସହ ବିଶ୍ବକପର ସ୍ବପ୍ନ ମଧ୍ୟ ଭାଙ୍ଗି ଯାଇଛି । ଭାରତବାସୀଙ୍କ ପାଇଁ ଏହା ଏକ ଦୁଃଖର ବିଷୟ । ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ବଡ ବଡ ସେଲିବ୍ରିଟି ଦୁ୍ଃଖ ପ୍ରକାଶ କରିବା ସହ ଭାରତୀୟ ଦଳକୁ ସମର୍ଥନ କରିଛନ୍ତି ।

ଫଟୋ ସୌଜନ୍ୟ: ଏ ଏନ ଆଇ

ଭାରତର ଶୋଚନୀୟ ପରାଜୟ ପରେ ବଲିଉଡର ସେଲିବ୍ରିଟି ଟ୍ବିଟରରେ ନିଜ ପ୍ରତିକ୍ରିୟା ରଖିଛନ୍ତି । ଅନୁପମ ଖେର, ଆମିର ଖାନ, କରନ ଜୋହର, ବରୁଣ ଧୱନ, ହ୍ୟୁମା କ୍ୟୁରେସି, ଅର୍ଜୁନ ରାମପାଲ, ସୋନାକ୍ଷୀ ସିହ୍ନା ଆଦି ଷ୍ଟାର ଟ୍ବିଟ କରି ଦଳକୁ ସମର୍ଥନ କରିବା ସହ ସାନ୍ତ୍ବନା ଦେଇଛନ୍ତି ।

ଫଟୋ ସୌଜନ୍ୟ: ଏ ଏନ ଆଇ

ଆମିରଖାନ ଛୋଟ ବ୍ଲଗ ଜରିଆରେ ଦଳର କ୍ୟାପଟେନ ବିରାଟ କୋହଲିଙ୍କୁ କହିଥିଲେ, ‘ ଏହା ଆମ ଦିନ ନଥିଲା ମାତ୍ର ସେମିଫାଇନାଲରେ ପ୍ରବେଶ ପରେ ଆମେ ବିଶ୍ବ କପ ଜିତିଯାଇଥିଲେ ଯଦି ବର୍ଷା ହୋଇନଥାନ୍ତା ତେବେ ରେଜଲ୍ଟ ବୋଧେ ଆଉ କିଛି ହୋଇଥାନ୍ତା । ’

ଫଟୋ ସୌଜନ୍ୟ: ଏ ଏନ ଆଇ

ଅନୁପମ ଖେର ମଧ୍ୟ ଭାରତୀୟ ଦଳର ଫଟୋ ସେୟାର କରି ଦଳକୁ ଧନ୍ୟବାଦ ଦେଇଥିଲେ ଓ ସମସ୍ତଙ୍କୁ ଏକାଠି କରିବା ହିଁ ଉଦ୍ଦେଶ୍ୟ ହେବା ଦରକାର ବୋଲି କହିଛନ୍ତି । ଏହାସହ ଫିଲ୍ମ ନିର୍ମାତା କରନ ଜୋହର ଦଳ ଜିତିବା ପାଇଁ ପ୍ରୟାସ କରିଛି ବୋଲି କହିଛନ୍ତି । ଏହାସହ ଆୟୁଷ୍ମାନ ଖୁରାନା ମଧ୍ୟ ଦଳର ପ୍ରଦର୍ଶନକୁ ନେଇ କହିଥିଲେ, ‘ଆମେ ତମକୁ ନେଇ ଗର୍ବ କରୁ ଓ ଏହା କେବଳ ଅଫିସର ଗୋଟେ ଖରାପ ଦିନ । ’

ଫଟୋ ସୌଜନ୍ୟ: ଏ ଏନ ଆଇ
ଫଟୋ ସୌଜନ୍ୟ: ଏ ଏନ ଆଇ

ଅନ୍ୟପକ୍ଷେ ରିତେଶ ଦେଶମୁଖ ଟ୍ବିଟ କରି ଧୋନୀ ଓ ଜାଡେଜାଙ୍କ ପ୍ରସଂଶା କରିଛନ୍ତି ଓ ଦଳ ପାଇଁ ଗର୍ବିତ ବୋଲି କହିଛନ୍ତି ରିତେଶ । ଋିଷି କପୁର ମଧ୍ୟ ଉଭୟ ଭାରତ ଓ ନ୍ୟୁଜିଲାଣ୍ଡ ଭାରତ ଭଲ ପ୍ରଦର୍ଶନ କରିଛନ୍ତି ବୋଲି କହିଥିଲେ । ସୋନାକ୍ଷୀ ସିହ୍ନା ମଧ୍ୟ ମାଇକ୍ରୋବ୍ଲଗିଂ ସାଇଟରେ ହାର ହେଉ କିମ୍ବା ଜିତ୍ ସବୁଥିରେ ଭାରତୀୟ ଦଳ ସହ ଅଛନ୍ତି ବୋଲି ଲେଖିଥିଲେ ।

ABOUT THE AUTHOR

...view details