ମୁମ୍ବାଇ: ବଲିଉଡ ଡ୍ରଗ୍ସ ମାମଲାରେ ଅଭିନେତା ଅର୍ଜୁନ ରାମପାଲଙ୍କୁ ଜେରା କରିବା ପରେ ତାଙ୍କ ଭଉଣୀ କୋମଲଙ୍କୁ ପୁଣିଥରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଏନସିବି ଡାକିଛି । ଡ୍ରଗ୍ସ ମାମଲାରେ ଚାଲିଥିବା ତଦନ୍ତ ସମ୍ପର୍କରେ ପଚରାଉଚରା ପାଇଁ କୋମଲଙ୍କୁ ସମନ ପଠାଇଛି । ଏହାପୂର୍ବରୁ ଏନସିବି ମୁମ୍ବାଇରେ ଅର୍ଜୁନଙ୍କ ସମ୍ପତ୍ତି ଉପରେ ଚଢାଉ କରିଥିଲା ଏବଂ ତାଙ୍କ ଗର୍ଲଫ୍ରେଣ୍ଡ ଗାବ୍ରିଏଲା ଡେମେଟ୍ରିଏଡଙ୍କୁ ମଧ୍ୟ ପଚରାଉଚରା କରିଥିଲା ।
ବଲିଉଡ ଡ୍ରଗ୍ସ କେସ: ପୁଣି ଏନସିବି ଅଫିସ ଯିବେ ଅର୍ଜୁନଙ୍କ ଭଉଣୀ
ଗତ 6 ତାରିଖରେ ଏନସିବି ତରଫରୁ ଅର୍ଜୁନଙ୍କ ଭଉଣୀ କୋମଲଙ୍କୁ ସମନ ଜାରି କରିଥିଲେ ଏନିସିବି । ଏବେ ପୁଣି ଅଭିନେତାଙ୍କ ବିଷୟରେ ଜାଣିବାକୁ ତାଙ୍କୁ ଡକାଇଛି ଏନସିବି । ଅଧିକ ପଢନ୍ତୁ...
କିଛି ଦିନ ତଥା ଗତ 6 ତାରିଖରେ ଅର୍ଜୁନଙ୍କ ଭଉଣୀଙ୍କୁ ଏନସିବି ଅଫିସ ଡକାଯାଇଥିଲା । ଖବର ଅନୁଯାୟୀ, ଅଭିନେତା ଏକ ବ୍ୟାକଡେଡ୍ ପ୍ରେସକ୍ରିପସନ୍ ଉପସ୍ଥାପନ କରିଥିବା ଅଭିଯୋଗ ହୋଇଛି ଏବଂ ଅଧିକାରୀମାନେ ମଧ୍ୟ ଏହାର ଅନୁସନ୍ଧାନ କରୁଛନ୍ତି । ଆଉ ତାଙ୍କ ଭଉଣୀଠୁ ସବୁ ଜାଣିବାକୁ ଚେଷ୍ଟା ଚଳାଇଛି ଏନସିବି ।
ସେପଟେ ଅର୍ଜୁନ ଏହି ମାମଲାରେ ଫ୍ୟାନ୍ସଙ୍କୁ ନିକଟରେ ସୋସିଆଲ ମିଡିଆରେ ବିଶ୍ବାସ ଦେଇ ଜଣାଇଥିଲେ, ‘ମୁଁ ତୁମ ସମସ୍ତଙ୍କୁ ନିଶ୍ଚିତ କରିବାକୁ ଚାହେଁ ଯେ ମୁଁ ଜଣେ ସେଲିବ୍ରିଟି, ପିତା ତଥା ଦେଶର ନାଗରିକ ଭାବରେ ମୋର ଦାୟିତ୍ବ ବିଷୟରେ ଭଲଭାବେ ଜାଣିଛି, ମୁଁ ଭଲପାଏ ଯେ ମୁଁ କେବେବି ଆଇନର ଭୁଲ ଦିଗରେ ନ ଥିଲି । ତୁମର ସମସ୍ତଙ୍କର ଭୟ କିମ୍ବା କଳ୍ପନା କରିବାର କିଛି ନାହିଁ । କାରଣ ମୁଁ କିଛି ଭୁଲ କରି ନାହିଁ । ମୁଁ ତୁମ ସମସ୍ତଙ୍କୁ ଭଲ ପାଏ ଏବଂ ଆଗକୁ ବଢିବା । ଆମେ କେବଳ ପ୍ରେମ ଏବଂ ଶାନ୍ତି ଏକାଠି ବିସ୍ତାର କରିବୁ । ଆମ ସ୍ଥାନରେ କୌଣସି ନକାରାତ୍ମକତା ଜିନିଷ ନାହିଁ ।’