ଓଡିଶା

odisha

By

Published : Sep 24, 2020, 6:56 PM IST

ETV Bharat / sitara

ଏନସିବିର ଡାକରାରେ ଦୀପିକା ଛାନିଆ, ସୁଟିଂ ଛାଡି ମୁମ୍ବାଇ ଅଭିମୁଖେ ଯାତ୍ରା

ସୁଶାନ୍ତଙ୍କ ମୃତ୍ୟୁରେ ଡ୍ରଗ୍ସ ଯାଞ୍ଚ ମାମଲାରେ ଏନସିବି ଦ୍ବାରା ଡକାଯାଇଥିବା ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଗୁରୁବାର ଗୋଆରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରିଛନ୍ତି । ଦୀପିକା ଏକ ସ୍ୱତନ୍ତ୍ର ଚାର୍ଟାର୍ଡ ବିମାନରେ ମୁମ୍ବାଇ ଯାତ୍ରା କରିଛନ୍ତି । ଅଧିକ ପଢନ୍ତୁ...

Bollywood drug probe: Deepika cuts short Goa shoot; takes chartered flight to Mumbai
ଏନସିବିର ଡାକରାରେ ଦୀପିକା ଛାନିଆ, ସୁଟିଂ ଛାଡି ମୁମ୍ବାଇ ଅଭିମୁଖେ ଯାତ୍ରା

ପାଣାଜୀ: ସୁଶାନ୍ତଙ୍କ ମୃତ୍ୟୁରେ ଡ୍ରଗ୍ସ ଯାଞ୍ଚ ମାମଲାରେ ଏନସିବି ଦ୍ବାରା ଡକାଯାଇଥିବା ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଗୁରୁବାର ଗୋଆରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରିଛନ୍ତି ।

ସିଦ୍ଧାନ୍ତ ଚର୍ତୁବେଦୀ ଏବଂ ଅନନ୍ୟା ପାଣ୍ଡେଙ୍କ ସହ ଆଗାମୀ ଚଳଚ୍ଚିତ୍ରର ସୁଟିଂ ପାଇଁ ଗୋଆରେ ଥିବା ଦୀପିକା ରିସର୍ଟ ଛାଡି ଡାବୋଲିମ୍ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ପାଇଁ ସେଠାରୁ ଏକ ସ୍ବତନ୍ତ୍ର ଚାର୍ଟାର୍ଡ ​​ବିମାନରେ ମୁମ୍ବାଇ ଯାତ୍ରା କରିଛନ୍ତି ।

ଖବର ଅନୁଯାୟୀ, ମୁମ୍ବାଇ ଯିବା ପୂର୍ବରୁ ଦୀପିକା ରିସର୍ଟରେ ତାଙ୍କ ଲିଗାଲ୍ ଟିମର ସଦସ୍ୟମାନଙ୍କୁ ମଧ୍ୟ ଭେଟିଥିଲେ ।

ଶୁକ୍ରବାର ଦିନ ଦୀପିକାଙ୍କୁ ମୁମ୍ବାଇର ଏନସିବି ଅଧିକାରୀଙ୍କ ନିକଟରେ ହାଜର ହେବାକୁ ଡକାଯାଇଛି ।

ଏଥିସହିତ ଏନସିବି ଦ୍ବାରା ଡକାଯାଇଥିବା ଅଭିନେତ୍ରୀ ସାରା ଅଲି ଖାନ ମଧ୍ୟ ଛୁଟିଦିନରେ ଗୋଆରେ ଥିବା ମୁମ୍ବାଇ ଅଭିମୁଖେ ଯାତ୍ରା କରିଛନ୍ତି । ସାରା ଏବଂ ଶ୍ରଦ୍ଧା କପୁର ଶନିବାର ଏନସିବି ସମ୍ମୁଖରେ ହାଜର ହେବାକୁ ଯାଉଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details