ଓଡିଶା

odisha

By

Published : Jun 17, 2021, 8:26 AM IST

ETV Bharat / sitara

ଟିକା ନେବା ବେଳେ ଗୀତ ଗାଇଲେ ରାକ୍ଷୀ, ଭାଇରାଲ ଭିଡିଓ

ଟିକା ନେଲେ ରାକ୍ଷୀ ସାୱନ୍ତ । ଭିଡିଓ ପୋଷ୍ଟ କରି ଗାଇଲେ ‘ମେରେ ଡ୍ରିମ ମେଁ ତେରି ଏଣ୍ଟ୍ରି, ତେରି ଡ୍ରିମ ମେଁ ମେରି ଏଣ୍ଟ୍ରି’ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଆଇଏଏନଏସ
ଫଟୋ ସୌଜନ୍ୟ: ଆଇଏଏନଏସ

ମୁମ୍ବାଇ: ବଲିଉଡର ଡ୍ରାମା କୁଇନ ରାକ୍ଷୀ ସାୱନ୍ତ କୋରୋନାରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ଭ୍ୟାକ୍ସିନର ଫାଷ୍ଟ ଡୋଜ୍ ନେଇଛନ୍ତି । ଏହାର ସୂଚନା ସେ ସୋସିଆଲ ମିଡିଆରେ ସମସ୍ତଙ୍କୁ ଦେଇଛନ୍ତି । ଏବେ ଭାଇରାଲ ହେଉଛି ତାଙ୍କ ଏହି ପୋଷ୍ଟ ।

ସେହିପରି ଭିଡିଓର କ୍ୟାପସନରେ ସେ ଲେଖିଛନ୍ତି, ‘ହୋଇଗଲା ମୋ ପ୍ରଥମ ଡୋଜ । ଏବେ ଅପେକ୍ଷା କର ମୋ ନୂଆ ଭିଡିଓ ପାଇଁ । କ୍ୟାପସନ ବ୍ୟତୀତ ସେ ଟିକା ନେବା ସମୟରେ ଭୟ କରୁଥିବାର ନଜର ଆସୁଛନ୍ତି । ଆଉ ନର୍ସଙ୍କୁ ଟିକା ନେବା ପୂର୍ବରୁ କହୁଛନ୍ତି, ‘ମୋ ନୂଆ ଗୀତ ଗାଇବି କି ।’ ଏହାପରେ ସେ ‘ମେରେ ଡ୍ରିମ ମେଁ ତେରି ଏଣ୍ଟ୍ରି’ ଗୀତ ମଧ୍ୟ ଗାଉଛନ୍ତି ।

ପ୍ରକାଶ ଥାଉକି ପ୍ରଥମ ରାକ୍ଷୀ ନିଜର ନୂଆ ମ୍ୟୁଜିକ ଆଲବମ୍ ନେଇ ଖୁବଶୀଘ୍ର ଫେରିବେ । ଯାହା ଜରିଆରେ ସେ ସଙ୍ଗୀତ ଦୁନିଆରେ ଡେବ୍ୟୁ ମଧ୍ୟ କରିବେ । ଏହି ଭିଡିଓରେ ଏହାର ସୂଚନା ମଧ୍ୟ ଦେଇଛନ୍ତି ସେ ।

@IANS

ABOUT THE AUTHOR

...view details