ଓଡିଶା

odisha

ETV Bharat / sitara

ମୋଦିଙ୍କ ‘ୟୁନାଇଟ ଟୁ ଫାଇଟ କୋରୋନା’ ଅଭିଯାନର ସମର୍ଥନରେ ସେଲିବ୍ରିଟି - ପିଏମ ନରେନ୍ଦ୍ର ମୋଦିଙ୍କ ୟୁନିଟ ଟୁ ଫାଇଟ କୋରୋନା ଅଭିଯାନ

ଟ୍ବିଟ କରି ପିଏମ ମୋଦିଙ୍କୁ ସମର୍ଥନ କରି ଦେଶବାସୀଙ୍କ ସଚେତନା ବାର୍ତ୍ତା ବାଣ୍ଟିଲେ ସେଲିବ୍ରିଟି । ଆରମ୍ଭ ହେଲା ୟୁନାଇଟ ଟୁ ଫାଇଟ କୋରୋନା ଅଭିଯାନ ।

ଡିଜାଇନ ଫଟୋ
ଡିଜାଇନ ଫଟୋ

By

Published : Oct 8, 2020, 5:38 PM IST

ମୁମ୍ବାଇ: କୋରୋନା ମହାମାରୀ ବିରୋଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ସୋସିଆଲ ମିଡିଆରେ ‘# ୟୁନାଇଟ ଟୁ ଫାଇଟ କୋରୋନା’ ନାମକ ନୂଆ ଅଭିଯାନ ଆରମ୍ଭ କରିଛନ୍ତି । ଆଉ ଦେଶବାସୀଙ୍କୁ ସାମାଜିକ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧିବା ପାଇଁ ନିବେଦନ କରିଛନ୍ତି।

ଯାହାର ସମର୍ଥନରେ ବର୍ତ୍ତମାନ ସେଲିବ୍ରିଟି ନଜର ଆସୁଛନ୍ତି । ଏହି କ୍ରମରେ ସାମିଲ ଅଛନ୍ତି ସଲମାନ ଖାନ, କଙ୍ଗନା ରଣାୱତ, ରାକୁଲ ପ୍ରୀତ ସିଂ, ଶ୍ରଦ୍ଧା କପୁର, ବରୁଣ ଧୱନ, ପରିଣୀତି ଚୋପ୍ରା, ଟାଇଗର ଶ୍ରଫ ଭଳି କଳାକାର ।

ସଲମାନ ମୋଦିଙ୍କ ସମର୍ଥନ କରି ଟ୍ବିଟ କରି ଲେଖିଛନ୍ତି, ‘ଭାଇ, ଭଉଣୀ ଓ ବନ୍ଧୁ । ଏହି କଠିନ ପରିସ୍ଥିତିରେ କେବଳ ଏହି ତିନୋଟି କାମ କରନ୍ତୁ । 6 ଫୁଟ୍ ଦୂରତା ପାଳନ କରିବା, ମାସ୍କ ପିନ୍ଧିବା ଓ ନିଜ ହାତକୁ ସଫା କରିବା ସହ ସାନିଟାଇଜ କରନ୍ତୁ । ଆସନ୍ତୁ ପିଏମ ମୋଦିଙ୍କ କୋରୋନା ବିରୋଧୀ ଜନ ଆନ୍ଦୋଳନକୁ ଲାଗୁ କରିବା । କମନ ଇଣ୍ଡିଆ, ଜୟ ହିନ୍ଦୀ । ## ୟୁନାଇଟ ଟୁ ଫାଇଟ କୋରୋନା।’

ସେମିତି କଙ୍ଗନା ଲେଖିଛନ୍ତି, ‘ବିଶ୍ବବ୍ୟାପୀ କୋରୋନା ସଙ୍କଟରେ ଅନେକ ଅସୁବିଧା ଥାଇପାରେ କିନ୍ତୁ ଏହା ଆମ ସମସ୍ତଙ୍କୁ ଏକାଠି ପୂର୍ବ ଭଳି ଲଢିବାକୁ ସମ୍ଭାବନା ଯୋଗାଇଛି, # ୟୁନାଇଟ ଟୁ ଫାଇଟ କୋରୋନା ପ୍ରତିଜ୍ଞା ।’

ଆକ୍ସନ ହିରୋ ଟାଇଗର ଟ୍ବିଟରେ ଲେଖିଛନ୍ତି, ‘ଏକାଠି ଆମେ କରିପାରିବା ଏବଂ ସଫଳ ମଧ୍ୟ ହେବା । ଦୟାକରି ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ପାଳନ କରନ୍ତୁ ।’

ଟାଇଗରଙ୍କ ବ୍ୟତୀତ ରାକୁଲ ଲେଖିଛନ୍ତି, ‘ସବୁଠୁ ବଡ ଅସ୍ତ୍ର ଏହି ତିନୋଟି କାର୍ଯ୍ୟ । ମାସ୍କ ପିନ୍ଧିବା, ହାତ ସଫା କରିବା ଓ ସାମାଜିକ ଦୂରତା ବଜାଇ ରଖିବା । ଆସନ୍ତୁ ସାମିଲ ହେବା ମୋଦିଙ୍କ # ୟୁନାଇଟ ଟୁ ଫାଇଟ କୋରୋନା ।’

ସବୁଠୁ ମଜାଦାର ଅନ୍ଦାଜରେ ଶ୍ରଦ୍ଧା ଦେଶବାସୀଙ୍କ ପାଇଁ ଲେଖିଛନ୍ତି, ‘ଦୋ ଗଜ କି ଦୂରି, ମାସ୍କ ହେ ଜରୁରୀ ।’ ପ୍ରକାଶ ଥାଉକି ଏହିପରି ଅନେକ ସେଲିବ୍ରିଟି ଟ୍ବିଟ କରି ପିଏମଙ୍କ ଜନ ଆନ୍ଦୋଳନକୁ ସମର୍ଥନ କରିଛନ୍ତି ।

ABOUT THE AUTHOR

...view details