ମୁମ୍ବାଇ: ଧୁମଧାମରେ ନହେଲେ ବି ନୂଆ ବର୍ଷର ସ୍ବାଗତ ବିଶ୍ବବାସୀ ସୁରୁଖୁରୁରେ କରିଛନ୍ତି । ଏଥର କୋରୋନା କାଳ ପାଇଁ ଟିକେ ଫିକା ପଡିଯାଇଛି ସେଲିବ୍ରେଶନ । ତଥାପି ସମସ୍ତେ ନିଜ ନିଜ ଘରେ ରହି ସୁରକ୍ଷିତ ରୂପେ ନୂଆ ବର୍ଷ ପାଳନ କରୁଥିବାର ଆସୁଛନ୍ତି ନଜର । ଏଥିରୁ ବାଦ ପଡିନାହାଁନ୍ତ ସେଲିବ୍ରିଟି । ଫ୍ୟାନ୍ସଙ୍କ ନ୍ୟୁ ଇୟର ସ୍ପେଶାଲ କରିବା ପାଇଁ ସୋସିଆଲ ମିଡିଆରେ ଜଣାଇଛନ୍ତି ଶୁଭେଚ୍ଛା । ଏହି କ୍ରମରେ ସାମିଲ ଅଛନ୍ତି ଅମିତାଭ ବଚ୍ଚନଙ୍କ ଠୁ ନେଇ ପ୍ରିୟଙ୍କା ଚୋପ୍ରା ଭଳି ସେଲିବ୍ରିଟି ।
ସର୍ବପ୍ରଥମେ ଅମିତାଭ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି ଲେଖିଛନ୍ତି, ‘ବର୍ଷ ନବ, ହର୍ଷ ନବ, ଜୀବନ ଉତ୍କର୍ଷ ନବ ।’ ଆଉ ତାଙ୍କ ଫଟୋରେ ଦେଖିବାକୁ ମିଳୁଛି ସେ ଫେସ୍ ଆପ ବ୍ୟବହାର କରି ମୁଣ୍ଡରେ କ୍ୟାପ ଲଗାଇବା ସହ ଚଷମା ମଧ୍ୟ ପିନ୍ଧିଛନ୍ତି । ସେହିପରି ତାଙ୍କ ମୁଣ୍ଡ ଉପରେ ଲେଖା ହେଉଛି ‘ହାପି ନ୍ୟୁ ଇୟର ।’
ଅଭିନେତ୍ରୀ ଟ୍ବିଙ୍କଲ ଖନା ସ୍ବାମୀ, ‘ସୁପରଷ୍ଟାର ଅକ୍ଷୟ କୁମାରଙ୍କ ସହ ନିଜର ଏକ ଫଟୋ ଇନଷ୍ଟାଗ୍ରାମରେ ପୋଷ୍ଟ କରି ଲେଖିଛନ୍ତି, ‘ହାପି ନ୍ୟୁ ଇୟର । ଭୟଙ୍କର 2020 ଚାଲିଗଲା ।’